ବ୍ରେକଅପ୍ ପରେ ପ୍ରଥମ ଥର ଦେଖାହେଲେ କିଆରା-ସିଦ୍ଧାର୍ଥ, ଏମିତି ଥିଲା ଉଭୟଙ୍କ ରିଆକ୍ସନ୍

Published By : Prameya-News7 Bureau | May 20, 2022 IST

ମୁମ୍ବାଇ ୨୦।୫: କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବ୍ରେକଅପ୍ ଖବର ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ରହିଛି । ଏମିତିକି କିଆରା କଥା କଥାରେ ସିଦ୍ଧାର୍ଥଙ୍କ ସହ ବ୍ରେକଅପ୍ ଖବରରେ କହିଥିଲେ ଯେ ସେ କାହାକୁ ଭୁଲିବାକୁ ଚାହୁଁନାହାଁନ୍ତି । ବ୍ରେକଅପ୍ ଖବର ମଧ୍ୟରେ କିଆରା ଏବଂ ସିଦ୍ଧାର୍ଥ ପ୍ରଥମ ଥର ପାଇଁ ଭେଟାଭେଟି ହୋଇଛନ୍ତି । ଉଭୟ ପରସ୍ପରକୁ ଦେଖି ଯେଉଁଭଳି ରିଆକ୍ଟ କରିଥିଲେ ତାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

କିଆରା ଆଡଭାନୀଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ ମେ’ ୨୦ରେ ମୁକ୍ତିଲାଭ କରିଛି । କିଆରା ଏହି ଫିଲ୍ମର ପ୍ରମୋସନ କାର୍ତ୍ତିକ ଆର୍ଯ୍ୟନଙ୍କ ସହ କରୁଥିଲେ । ସେହି ସମୟରେ ହଠାତ ସିଦ୍ଧାର୍ଥ ମଲହୋତ୍ରା ସେଠାରେ ପହଞ୍ଚିଯାଇଥିଲେ ।

wp:html
/wp:html

ଭିଡିଓରେ ଦେଖିବାକୁ ମିଳିଛି ଯେ, ସିଦ୍ଧାର୍ଥ ମଲହୋତ୍ରାଙ୍କୁ ଦେଖି କିଆରା ଟିକେ ଇତଃସ୍ତତ ଦେଖାଯାଉଥିଲେ । ପ୍ରଥମେ ସିଦ୍ଧାର୍ଥ କିଆରା ନିକଟରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ସେ କିଆରା ଆଡଭାନୀଙ୍କୁ ଆଲିଙ୍ଗନ କରିଥିଲେ । ଏହାପରେ ସେ କାର୍ତ୍ତିକଙ୍କୁ ଆଲିଙ୍ଗନ କରିଥିଲେ । ଭିଡିଓରେ ଦୁହେଁ ପରସ୍ପରକୁ ଆଲିଙ୍ଗନ କରୁଥିବାବେଳେ ହସୁଥିବା ଦେଖିବାକୁ ମିଳିଥିଲା । ଉଭୟ ପରସ୍ପର ସହ କିଛି କଥା ହେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.