suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ୱେଡିଂ ଡେଟ୍‌କୁ ନେଇ ଫଟୋଗ୍ରାଫର କହିଲେ ଏମିତି, ଲାଜେଇ ଗଲେ କିଆରା  

18/01/2023 at 9:15 AM

ମୁମ୍ଵାଇ ୧୮।୦୧: ବର୍ତ୍ତମାନ କିଆରା ଏବଂ ସିଦ୍ଧାର୍ଥ ମଲହୋତ୍ରା ଖୁବ୍‌ ଚର୍ଚ୍ଚା। ଦୁହିଁଙ୍କ ବିବାହକୁ ନେଇ ବଲିଉଡରେ ଅନେକ ଗୁଜବ ଉଡୁଛି। କୁହାଯାଉଛି ଯେ ଜାନୁଆରୀ ପରେ ଏହି କପଲ ବିବାହ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ସିଦ୍ଧାର୍ଥ-କିଆରା ଏ ବିଷୟରେ କିଛି କହି ନାହାଁନ୍ତି। କିନ୍ତୁ ଯେତେବେଳେ ବି ପାପାରାଜି କିଆରା ଏବଂ ସିଦ୍ଧାର୍ଥଙ୍କୁ ଏ ବିଷୟରେ ପଚାରନ୍ତି, ଦୁହେଁ  ପ୍ରଶ୍ନକୁ ଆଡେଇ ଦେବା ସହ ଲାଜେଇ ଯାଉଛନ୍ତି।

କହିବାକୁ ଗଲେ କିଆରା ‘ମିଶନ୍ ମଜନୁ’ର ସ୍କ୍ରିନିଂରେ ନଜର ଆସିଥିଲେ। ଗୁପ୍ତଚର ଥ୍ରୀଲର ‘ମିଶନ୍ ମଜନୁ’ ହେଉଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ଅପକମିଂ ଫିଲ୍ମ । ଇଭେଣ୍ଟରେ ସମସ୍ତେ ଧଳା ଲୁକରେ ନଜର ଆସିଥିଲେ। ଯେଉଁଥିରେ କିଆରା ଧଳାର ଟପ୍‌ ସହ ବେଲ ପ୍ୟାଣ୍ଟରେ ଖୁବ୍‌ ସୁନ୍ଦର ଦିଶୁଥିଲେ । ଅନ୍ୟ ପଟେ, ଯେତେବେଳେ ପାପାରାଜି କିଆରାଙ୍କ ସହ ଫଟୋ କ୍ଲିକ୍ କରିଥିଲେ । ସେତେବେଳେ କିଆରାଙ୍କୁ କିଛି ଫଟୋଗ୍ରାଫର ଫେବୃଆରୀ  ୬ରେ ତାଙ୍କ ବିବାହ ତାରିଖ ବିଷୟରେ ଥଟ୍ଟା କରିଥିଲେ। କିଆରା ଏହା ଶୁଣିବା ପରେ ush ହସିକି ଲାଜେଇ ଯାଇଥିଲେ। ପରେ ସେ ଏ ବିଷୟରେ କୌଣସି କମେଣ୍ଟ ଦେଇନଥିଲେ।

କହିବାକୁ ଗଲେ ନିକଟରେ ସିଦ୍ଧାର୍ଥ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଥିଲେ । ଏହି ସମୟରେ, ତାଙ୍କ ଲେଡି ଲଭ କିଆରା ସୁନ୍ଦର ଢଙ୍ଗରେ ଇନଷ୍ଟାରେ ସିଦ୍ଧାର୍ଥଙ୍କ ସହ ତାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଥିଲେ। ଯେଉଁଥିରେ ଦୁହେଁ ପରସ୍ପରକୁ ଅନାଇଥିବାର ନଜର ଆସିଥିଲେ। ଇ ଟାଇମ୍ସର ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଫେବୃଆରୀ ପ୍ରଥମ ସପ୍ତାହରେ ବିବାହ କରିପାରନ୍ତି। ରିପୋର୍ଟ ଅନୁଯାୟୀ, ସିଡ୍ ଏବଂ କିଆରାଙ୍କ ବିବାହ ଏକ ଗ୍ରାଣ୍ଡ ବିବାହ ହେବ।

   Related Posts