ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଝାରସୁଗୁଡା : ଝାରସୁଗୁଡାରେ ୬ଟିକିଆ ହାତୀ ପଲ, ଜଗିଛନ୍ତି ବନ ବିଭାଗର ସ୍ବତନ୍ତ୍ର ସ୍କ୍ବାଡ୍
  • ||
  • ପାଟଣା : ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ
  • ||
  • ଜଳେଶ୍ବର : ମହିଳାଙ୍କୁ କମେଣ୍ଟ ମାରି ଯୁବକ ହଟହଟା : ଚପଲରେ ମାଡ ଖାଇଲେ, କାନ ଧରି ଉଠବସ୍ ହେଲେ
  • ||
  • ସୁବର୍ଣ୍ଣପୁର : ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା
  • ||
  • ବଲାଙ୍ଗୀର : କୋଚିଂ ସେଣ୍ଟରରେ ଚାଲିଥିଲା ନକଲି ସାର୍ଟିଫିକେଟ୍ ତିଆରି, ୮ ଅଭିଯୁକ୍ତ ଅଟକ
  • ||
  • ଭୁବନେଶ୍ବର : କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍‌ଏଚ୍‌ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
  • ||
  • ଦେବଗଡ : ବନ୍ଦ ଘରେ ପଡିଛି ରକ୍ତ ଜୁଡୁବୁଡୁ ମୃତଦେହ, ହନୁମାନ ଟଙ୍କା କାରବାରରେ ଗତବର୍ଷ ଧରାପଡିଥିଲେ ମୃତକ
  • ||
  • ବାରଙ୍ଗ : ପେଟରୁ ଅଣ୍ଡା କାଢିବା ବେଳେ ଆଖିବୁଜିଲା ଧଳା ମୟୁର
  • ||
  • ଟିଟିଲାଗଡ : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ?
  • ||
  • ବାଲିଗୁଡା: ନୀଳ ଜହରର ହବ୍ ପାଲଟିଛି ବାଲିଗୁଡା, ଦୁଇ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||

ସାଥି ସାଜିବେ ଜୀବନସାଥୀ, ସୂର୍ଯ୍ୟଗଡ ପ୍ୟାଲେସ୍‌ରେ ପଡ଼ିବ କିଆରା-ସିଦ୍ଧାର୍ଥଙ୍କ ହାତଗଣ୍ଠି

7/02/2023 at 8:42 AM

ମୁମ୍ବାଇ ୦୭।୦୨ : ସାଥୀ ଆଜି ସାଜିବେ ଜୀବନସାଥୀ । ସିଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡଭାନୀଙ୍କର ମଙ୍ଗଳବାର ପଡିବ ହାତଗଣ୍ଠି । ରାଜସ୍ଥାନର ସୂର୍ଯ୍ୟଗଡ଼ ପ୍ୟାଲେସ୍‌ ପାଲଟିଛି ଶେରଶାହା ଯୋଡିଙ୍କ ବିବାହ ଡେଷ୍ଟିନେସନ୍‌ । ପରିବାର ଲୋକ ଏବଂ ସାଙ୍ଗ ସାଥୀଙ୍କ ଉପସ୍ଥିତିରେ ହେବେ ଏହି ବିବାହ ।

ବଲିଉଡ୍‌ର ଏହି ଷ୍ଟାର ଯୋଡିଙ୍କ ବିବାହରେ ଯୋଗଦେବେ ବହୁ ନାମୀ ଦାମୀ ସେଲିବ୍ରିଟି ଓ ଭିଭିଆଇପି । ଖାସ୍‌ କରି ଏଥି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଜାଗା ଜାଗାରେ ସିସିଟିଭି କ୍ୟାମେରା ଓ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି । ୬୫ ଏକରରେ ଅବସ୍ଥିତ ସୂର୍ଯ୍ୟଗଡ଼ ପ୍ୟାଲେସ୍‌ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଗଡ଼ ପ୍ୟାଲେସ୍‌ ବିଷୟରେ-

ସହରଠାରୁ ୧୬ କିଲୋମିଟର ଦୂରରେ ଥିବା ଏହି ପ୍ୟାଲେସ୍ ସାରା ବିଶ୍ୱରେ ପ୍ରସିଦ୍ଧ । ଅଧିକାଂଶ ରୟାଲ ଓ୍ବେଡିଂ ସୂର୍ଯ୍ୟଗଡ ହୋଟେଲରେ ଅନୁଷ୍ଠିତ ହୋଇଥାଏ  । ତେବେ ଏପ୍ରିଲରୁ ସେପ୍ଟେମ୍ବର ଯାଏଁ ଗୋଟିଏ ଦିନ ପାଇଁ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ଦେବାକୁ ପଡିଥାଏ । ପର୍ଯ୍ୟଟନ ଋତୁ ଅର୍ଥାତ୍ ଅକ୍ଟୋବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ଦୈନିକ ପ୍ରାୟ ୨ କୋଟି ଟଙ୍କା ଦେବାକୁ ପଡିଥାଏ ଭଡା । ଏଠାରେ ରହିଛି ୮୩ଟି ରୁମ୍ ।  ଏହି ପ୍ୟାଲେସରେ କେବଳ ରାତ୍ରୀ ଭୋଜନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦେବାକୁ ପଡିଥାଏ ୧୫ ହଜାର ଟଙ୍କା ।

ଫୋର୍ଟ ରୁମ୍ – ଏହି ରୁମଟି ୨୫୦ ବର୍ଗଫୁଟରେ ନିର୍ମିତ । ଗୋଟିଏ ଦିନ ପାଇଁ 20 ହଜାର ଟଙ୍କା ଦେବାକୁ ପଡିଥାଏ ଭଡା  । ଏଥିସହ ଟ୍ୟାକ୍ସ ମଧ୍ୟ ଅଲଗା ଦେବାକୁ ପଡିଥାଏ ।

ହେରିଟେଜ୍ ରୁମ୍ – ଫୋର୍ଟ ରୁମ୍ ଠାରୁ ହେରିଟେଜ୍ ରୁମ୍ ବଡ଼ । ଗୋଟିଏ ଦିନ ପାଇଁ ଭଡା 25 ରୁ 30 ହଜାର ଟଙ୍କା ରହିଛି । ଏଥିସହ ଟ୍ୟାକ୍ସ ରହିଛି ଅଲଗା ।

ପାଭିଲିୟନ୍ ରୁମ୍- ଏହା ତଳ ମହଲାରେ ରହିଛି ଏବଂ ଏଥିରେ ସମସ୍ତ ଆଧୁନିକ ସୁବିଧା ଅଛି । ଏହାର ଗୋଟିଏ ଦିନର ଭଡା ୨୦ରୁ ୨୫ ହଜାର ।

   Related Posts