କ’ଣ ଜାନୁଆରୀରେ ବିବାହ କରିବେ କିଆରା-ସିଦ୍ଧାର୍ଥ ? ଜାଣନ୍ତୁ ପୂରା ଡିଟେଲ୍ସ
30/11/2022 at 2:34 PM

ମୁମ୍ଵାଇ ୩୦।୧୧: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ। ବଲିଉଡର ସବୁଠାରୁ ପପୁଲାର କପଲ। ଦୁହେଁ ତାଙ୍କ ଲଭ୍ ଲାଇଫ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଥାଆନ୍ତି। ଅଭିନେତ୍ରୀ ଲୋକପ୍ରିୟ ଚିଟ୍ ଚାଟ୍ ଶୋ’ କଫି ୱିଥ୍ କରଣରେ ସେମାନଙ୍କ ସମ୍ପର୍କ ବିଷୟରେ ସ୍ୱୀକାର କରିଥିଲେ। ସବୁଠାରୁ ବଡ କଥା ହେଲା କିଆରା କହିଥିଲେ କି ସିଦ୍ଧାର୍ଥ ମଲହୋତ୍ରା ‘ବନ୍ଧୁଙ୍କ ଅପେକ୍ଷା ଅଧିକ’। ଏଥିସହିତ ତାଙ୍କ ସହ-ଅଭିନେତା ସାହିଦ କପୁର ମଧ୍ୟ ସୂଚାଇ ଦେଇଥିଲେ କି ଖୁବ୍ ଶୀଘ୍ର ବିବାହ ବି କରିପାରନ୍ତି। ଏହି ଖବରରେ ସତ୍ୟ କ’ଣ ଆପଣ ଜାଣିଛନ୍ତି କି?
ଦୀର୍ଘ ଦିନ ଧରି ଶୁଣିବାକୁ ମିଳୁଛି ଯେ ‘ଶେର୍ ଶାହା’ର ଯୋଡି ବିବାହ କରିବାକୁ ଯାଉଛନ୍ତି। ହେଲେ ଏନେଇ ଦୁହିଁଙ୍କ ପକ୍ଷରୁ କୌଣସି ଆନାଉନ୍ସ କରାଯାଇ ନାହିଁ। ହେଲେ ଏବେ ଖବର ଆସୁଛି କି କିଆରା ଏବଂ ସିଦ୍ଧାର୍ଥ ଜାନୁଆରୀ ୨୦୨୩ରେ ସାତ ଫେରା ନେବା ପାଇଁ ପ୍ଲାନିଂ କରୁଛନ୍ତି। ତେବେ ଏହା ନିଶ୍ଚିତ ହୋଇଛି ଯେ ଦୁହେଁ ଜାନୁଆରୀରେ ବିବାହ କରୁନାହାଁନ୍ତି। ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ ଶେରଶାହା କପଲଙ୍କ ସୂତ୍ରରୁ ପ୍ରକାଶ ଯେ, “ଏଗୁଡ଼ିକ କେବଳ ଗୁଜବ ଏବଂ ଏପର୍ଯ୍ୟନ୍ତ କୌଣସି ତାରିଖ ସ୍ଥିର କରାଯାଇ ନାହିଁ। ପ୍ରଥମେ ଏହା ନଭେମ୍ବର, ପରେ ଡିସେମ୍ବର ଏବଂ ବର୍ତ୍ତମାନ ଜାନୁଆରୀ ଥିଲା।
କହିବାକୁ ଗଲେ ଦୁହେଁ ତାଙ୍କ କାମରେ ବ୍ୟସ୍ତ ଅଛନ୍ତି । ତାଙ୍କ ହାତରେ ବଡ ବଡ ପ୍ରୋଜେକ୍ଟ ରହିଛି। କିଆରା ଖୁବ୍ ଶୀଘ୍ର ବିକି କୌଶଲଙ୍କ ସହ ‘ଗୋବିନ୍ଦା ନାମ ମେରା’ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରଟି ଏକ କମେଡି ଥ୍ରୀଲର ଯାହା ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିବାକୁ ଯାଉଛି। ଏହା ବ୍ୟତୀତ କିଆରା ରାମ ଚରଣ-ଏସ ଶଙ୍କର ପ୍ରୋଜେକ୍ଟ ସହିତ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି। ଏହା ବ୍ୟତୀତ କିଆରା ‘ରୋମାଣ୍ଟିକ୍ ଡ୍ରାମା’ ‘ସତ୍ୟପ୍ରେମ କି କଥାର’ ସୁଟିଂରେ ବ୍ୟସ୍ତ ଅଛନ୍ତି ।
ଏଥି ସହିତ ସିଦ୍ଧାର୍ଥ ମଲହୋତ୍ରାଙ୍କୁ ରୋମାଣ୍ଟିକ୍ ଥ୍ରୀଲର ‘ମିଶନ୍ ମଜନୁ’ରେ ଦେଖିବାକୁ ମିଳିବ। ଯାହା ନେଟଫ୍ଲିକ୍ସରେ OTT ରିଲିଜ୍ ପାଇଁ ପ୍ରସ୍ତୁତ । ଅଭିନେତା ବର୍ତ୍ତମାନ ଆକ୍ସନ୍ ଥ୍ରୀଲର ‘ଯୋଦ୍ଧା’ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ବ୍ୟତୀତ ସିଦ୍ଧାର୍ଥ ମଧ୍ୟ ହିଟ୍ ନିର୍ମାତା ରୋହିତ ଶେଟ୍ଟୀଙ୍କ କପ ଥ୍ରୀଲର ସିରିଜ୍ ‘ଇଣ୍ଡିଆନ୍ ପୋଲିସ୍ ଫୋର୍ସ’ ସହିତ ନିଜର ଗ୍ରାଣ୍ଡ୍ ଓଟିଟି ଡେବ୍ୟୁ କରୁଛନ୍ତି । ଯାହା ଖୁବ ଶୀଘ୍ର ଆମାଜନ୍ ପ୍ରାଇମ୍ ଭିଡିଓରେ ରିଲିଜ୍ ହେବ ।