ନୂଆବର୍ଷରେ କାର୍ ମୂଲ୍ୟ ବଢ଼ାଇଲା ଏହି କମ୍ପାନୀ, ମଡେଲ ପିଛା ୧ ଲକ୍ଷ ପର୍ଯ୍ୟନ୍ତ ହୋଇଛି ବୃଦ୍ଧି

Published By : Prameya-News7 Bureau | January 04, 2023 IST

ନୂଆଦିଲ୍ଲୀ, ୦୪/୦୧: କାର୍‌ ନିର୍ମାତା କମ୍ପାନୀ KIA ଏହାର ବିଭିନ୍ନ ମଡେଲର ଦାମ୍ ବୃଦ୍ଧି କରିଛି। ନୂଆବର୍ଷରେ KIA ଏହାର ବିଭିନ୍ନ କାର୍‌ ମଡେଲରେ ୧ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ନେଇ ଘୋଷଣା କରିଛି। କମ୍ପାନୀ କହିଛି ଯେ ବଢ଼ୁଥିବା ସାମଗ୍ରୀ ଦର ଏବଂ ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଏହି ବୃଦ୍ଧି କରାଯାଇଛି।

ବୃଦ୍ଧି ହୋଇଥିବା ମଡେଲ ମଧ୍ୟରେ ସେଲ୍ଟୋସ, କ୍ୟାରେନ୍ସ, ସୋନେଟ୍, ଇଭି୬ ରହିଛି। ତେ​‌ବେ କିଆ କାର୍ଣ୍ଣିଭାଲ୍ ପୁରୁଣା ଦରରେ ବିକ୍ରି ହେଉଛି। ଏହି ବୃଦ୍ଧି ଯାହା ୨୦ ହଜାରରୁ ନେଇ ୧ ଲକ୍ଷ ପର୍ଯ୍ୟନ୍ତ ରହିଛି। ଗତବର୍ଷ କମ୍ପାନୀ ଏହାର ବିଭିନ୍ନ ମଡେଲ​ର ୨,୫୪, ୫୫୬ ୟୁନିଟ୍‌ ବିକ୍ରି କରିଛି। ଭାରତରେ ଅନ୍ୟ କାର୍‌ କମ୍ପାନୀ ପରି KIA ମଧ୍ୟ ଯୋଗାଣରେ ଅସୁବିଧାର ସାମ୍ନା କରୁଛି। ଫଳରେ କିଛି ମଡେଲ ପାଇଁ ଗ୍ରାହକଙ୍କୁ ବହୁତ୍ ଅପେକ୍ଷା କରିବାକୁ ପଡ଼ୁଛି।

KIA ସୋନେଟ୍‌ର ବିଭିନ୍ନ ଭାରିଆଣ୍ଟ ଉପରେ ୨୦,୦୦୦ ରୁ ୪୦,୦୦୦ ଟଙ୍କା ବୃଦ୍ଧି ହୋଇଛି, ଏହି ମଡେଲର ଆରମ୍ଭ ୭.୪୯ ଲକ୍ଷରୁ ଆରମ୍ଭ ହେଉଛି ଯାହା ଏବେ ବୃଦ୍ଧି ହୋଇଛି। ସେଲ୍ଟୋସ୍‌ର ମଧ୍ୟ ବିଭିନ୍ନ ଭାରିଆଣ୍ଟର ମୂଲ୍ୟ ୨୦, ୦୦୦ ରୁ ୫୦,୦୦୦ ଟଙ୍କା ବୃଦ୍ଧି ହୋଇଛି। ଏହି ମଡେଲର ଦାମ୍ ୧୦.୬୯ ଲକ୍ଷରୁ ଆରମ୍ଭ ହେଉଥିଲା। ସେହିପରି କ୍ୟାରେନ୍ସରେ ମଧ୍ୟ ୨୦,୦୦୦ ରୁ ୪୫,୦୦୦ ଟଙ୍କା ବୃଦ୍ଧି ହୋଇଛି।  ଏହି ମଡେଲର ଦାମ୍ ୧୦.୨୦ ରୁ ଆରମ୍ଭ ହେଉଥିଲା।

ତେବେ ସବୁଠୁ ଅଧିକ ବୃଦ୍ଧି କମ୍ପାନୀ ଏହାର ଇଭି୬ ମଡେଲରେ ହୋଇଛି। ଇଭି୬ ଜିଟି ଲାଇନ୍ ଆରଡବ୍ଲୁଡିର ମୂଲ୍ୟ ୧ ଲକ୍ଷ ବଢ଼ାଯାଇଛି। ଏହି ମଡେଲର ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ୬୦.୯୫ ଲକ୍ଷ ରହିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.