ନୟାଗଡ ଟାଉନ୍‌ରୁ ମହିପୁରକୁ ଗଡ଼ିବ ଟ୍ରେନ୍, ଲୋକାର୍ପିତ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର ୨୬।୧୨: ଆଜି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଟାଉନ ଓ ମହୀପୁର ରେଳ ଲାଇନକୁ ଲୋକାର୍ପିତ କରିବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିସହିତ ନୟାଗଡ ଟାଉନ୍ ଷ୍ଟେସନରେ ଖୋର୍ଦ୍ଧାରୋଡ୍-ନୟାଗଡ ଟାଉନ ପାସେଞ୍ଜର ଟ୍ରେନକୁ ମହିପୁର ସମ୍ପ୍ରସାରଣ କରାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

{"id":202722,"sizeSlug":"large"}

ନୟାଗଡ ଟାଉନ୍ କାର୍ଯ୍ୟକ୍ରମରେ ରାଜ୍ୟ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ,ସାଂସଦ ପିନାକୀ ମିଶ୍ର, ଲୋକସଭା ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ।

{"id":202723,"sizeSlug":"large"}

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ବର ରେଳ ଷ୍ଟେସନରେ ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନାଲକୋ ଦ୍ବାରା ପ୍ରାୟୋଜିତ ଓଡିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରାର ପ୍ରଦର୍ଶନକୁ ଉଦଘାଟନ କରିବେ। ଅସଂରକ୍ଷିତ ଟ୍ରେନ୍ ଟିକେଟରେ ଇଂରାଜୀ,ହିନ୍ଦୀ ସହିତ ଓଡିଆ ଭାଷାର ପ୍ରଚଳନର ମଧ୍ୟ ଶୁଭାରମ୍ଭ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.