ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା, ଅଧ କେଜି ସୁନା ସହ ୧୪ ଲକ୍ଷ ଟଙ୍କା ଜବତ, ୬ ଗିରଫ

21/10/2022 at 10:44 PM

ଖୋର୍ଦ୍ଧା: ଧଳାଜହର କାରବାରର ହବ୍ ପାଲଟିଛି ଖୋର୍ଦ୍ଧା। ଯେତିକି ଧରା ହେଉଛି, ସେତିକି ବଢି ଚାଲିଛି। ଆଜି ଖୋର୍ଦ୍ଧା ପୋଲିସକୁ ବଡଧରଣର ସଫଳତା ମିଳିଛି। ଠେଙ୍ଗାହାଟରୁ ଆର୍ଦଶ ଥାନା ପୋଲିସ ୫୦ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୩ ଲକ୍ଷ ୬୮ହଜାର ଟଙ୍କା, ୫୧୧.୬୭୦ ଗ୍ରାମ ସୁନା, ୮୩୦ ଗ୍ରାମ ରୁପା ଜବତ କରିଛି। ୩ ମହିଳଙ୍କା ସମେତ ୬ ଜଣଙ୍କୁ ଗିରଫ କରାଯାଇଥିବା ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସପି ସିଦ୍ଧାର୍ଥ କାଟ୍ଟାରିଆ ସୂଚନା ଦେଇଛନ୍ତି।

ପୋଲିସ ପକ୍ଷରୁ ଧଳାଜହର ଅପରେସନ ସ୍ବତନ୍ତ୍ର ଡ୍ରାଇଭ ଚାଲିଛି। ଆଗକୁ ଏହି ଅଭିଯାନ ତ୍ବରାନ୍ବିତ କରାଯିବ। ବେଆଇନ ଭାବେ ଅର୍ଜିତ ସ୍ଥାବର ଅସ୍ଥାବର ସମ୍ପତି ବାଜ୍ଯାପ୍ତ କରାଯିବ। ସରକାରୀ ଜମିକୁ ଅକ୍ତିଆର କରି ବେଆଇନ ଭାବେ ନିଶା କାରବାର ଚଳାଇଥିବା ପ୍ରମାଣିତ ହେଲେ ପ୍ରଶାସନ ସହାୟତାରେ ଉଛେଦ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏ ନେଇ ଖୋର୍ଦ୍ଧା ଏସ୍ପିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଲୋହିତ ମହାପାତ୍ର।

   Related Posts