ବଢିଲା କୋଭିଡ୍ ସଂକ୍ରମଣ : ରେଡ୍‌ ଜୋନ୍‌କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା, କଟକ ଓ ପୁରୀ ବି ସାମିଲ

Published By : Prameya-News7 Bureau | July 09, 2022 IST

ଭୁବନେଶ୍ବର ୯।୭: ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ୍ । ବଢିଚାଲିଛି କୋଭିଡ୍ ସଂକ୍ରମଣ । ତୃତୀୟ ଲହର ପରେ ପ୍ରଥମ ଥର ପାଇଁ ରାଜ୍ୟରେ ୫ ଶହ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପୁଣି ରେଡ୍ ଜୋନ୍‌କୁ ଫେରିଲା ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ସହ ପୁରୀ ଓ କଟକ ମଧ୍ୟ ରେଡ୍‌ ଜୋନ୍‌କୁ ଫେରିଛି । ଖୋର୍ଦ୍ଧା ଜିଲ୍ଲାରେ ଟିପିଆର ୧୦.୬୧, ପୁରୀରେ ୮.୧୩ ଓ କଟକରେ ୭.୭ ରହିଛି ।

{"id":653913,"sizeSlug":"full","linkDestination":"none"}

ସେପଟେ ରାଜ୍ୟର ସବୁଠି ଅଧିକ ସଂକ୍ରମିତ ଭୁବନେଶ୍ବରରେ ବାହାରୁଥିବାରୁ ଏହାକୁ ନଜରରେ ରଖି ରାଜଧାନୀବାସୀଙ୍କୁ ତାଗିଦ କଲେ ମେୟର । ପୂର୍ବରୁ ଭୁବନେଶ୍ବରରେ ମାକ୍ସକୁ ବାଧ୍ୟତାମୂଳକ କରିଛି ବିଏମସି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ସେଥିମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ରାଜଧାନୀରେ ମାସ୍କ ପିନ୍ଧିବାକୁ ପଡିବ, ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମେୟର କହିଛନ୍ତି । ପୂର୍ବ ଭଳି ମଧ୍ୟ ଫାଇନ୍‌ କଟାଯିବ ବୋଲି ତାଗିଦ କରିଛନ୍ତି ଭୁବନେଶ୍ବର ମେୟର।

ଉଲ୍ଲେଖଯୋଗ୍ୟ ଯେ, ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୧୨, ୮୦, ୯୫୪ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଜିଲ୍ଲା ସଂକ୍ରମଣ ତାଲିକାରେ ସାମିଲ ହେଉଛି । ବର୍ତ୍ତମାନ ରାଜ୍ୟର ୨୨ଟି ଜିଲ୍ଲା ପୁଣି ସଂକ୍ରମଣରେ କବଳିତ । ଏବେଠାରୁ ସଜାଗ ହେବା ଜରୁରୀ ।  ନହେଲେ ଆଗକୁ  ଚତୁର୍ଥ   ଲହର   ହୋଇପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.