କେଏଚପି ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂଜ୍ୟ ପୂଜା ସମାରୋହ ଅନୁଷ୍ଠିତ, ଯୋଗ ଦେଲେ ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ

Published By : Prameya-News7 Bureau | June 12, 2022 IST

ଚଣ୍ଡିଖୋଲ, ୧୨/୦୬: ଯାଜପୁର ଜିଲ୍ଲା କୋଲଣଗିରି ପଂଚାୟତ ଅନ୍ତର୍ଗତ ବାଲିକୁଦାସ୍ଥିତ କେଏଚବି ହାଇସ୍କୁଲର ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂଜ୍ୟପୂଜା ସମାରୋହ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ତଥା ବରିଷ୍ଠ ସାମ୍ବାଦିକ ବିରୁପାକ୍ଷ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ, ସମ୍ମାନିତ ଅତିଥି ଭାବେ ଦର୍ପଣ ତହସିଲଦାର ପ୍ରଦୀପ କୁମାର ସେଠୀ, ମୁଖ୍ୟବକ୍ତା ଭାବେ ବୈଜ୍ଞାନିକ ଡ଼. ଚିତ୍ତ ରଞ୍ଜନ ମିଶ୍ର, ସମ୍ମାନିତ ବକ୍ତା ଭାବେ ଜିଲ୍ଲା ସଂସ୍କୃତି ପରିଷଦର ସଦସ୍ୟ ଶୁଭେନ୍ଦୁ କୁମାର ଭୂୟାଁ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ  ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକଙ୍କୁ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯିବା ପରେ ଅତିଥିମାନେ ମାନପତ୍ର ଓ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଉତ୍ସବରେ ବହୁ ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଯୋଗଦେଇଥିଲେ ।                  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.