ପୁରୁଣା ଛାତରୁ ଖସିଲା ଫଲ୍ସ, ମା'-ପୁଅ ଆହତ

Published By : Prameya-News7 Bureau | May 28, 2022 IST

ଟାଙ୍ଗୀ ୨୮।୦୫: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଝାନ୍ସିପାଟଣାରେ ଅଭାବନୀୟ ଘଟଣା । ପୁରୁଣା ଛାତର ଫଲ୍ସ ଖସି ପଡି ମା'-ପୁଅ ଆହତ । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଉଛି ।

ଖବର ଅନୁଯାୟୀ, ଟାଙ୍ଗୀ ଝାନ୍ସିପାଟଣାରେ ମା' ଛବି ପାଇକରାୟ ଓ ତାଙ୍କର ୭ ବର୍ଷର ପୁଅ ସୋମନାଥ ପାଇକରାୟ ନିଜ ଘରେ ଥିବା ବେଳେ ହଠାତ୍ ତାଙ୍କ ଘରର ପୁରୁଣା ଛାତର ଫଲ୍ସ ଖସି ପଡିଥିଲା । ମା' ଙ୍କର ହାତରେ ଗଭୀର ଆଘାତ ଲାଗିଥିବା ବେଳେ ପୁଅର ଗୋଡରେ ଆଘାତ ଲାଗିଛି । ଉଭୟଙ୍କୁ ଆହତ ଅବସ୍ଥାରେ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.