ସୁଟ୍କେସ୍ରେ ମୃତଦେହ ମିଳିବା ଘଟଣା, ୩ ଜଣଙ୍କୁ ବାନ୍ଧିଲା ପୋଲିସ
23/01/2023 at 11:57 AM

ଖୋର୍ଦ୍ଧା ୨୩।୦୧ : ଖୋର୍ଦ୍ଧା ନାଚୁଣୀ ହରିପୁର ଜଙ୍ଗଲରୁ ସୁଟକେସ୍ ରେ ମୃତଦେହ ମିଳିବା ଘଟଣା । ମାମଲାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ଖବର ଅନୁଯାୟୀ, ମୃତକ ରଣପୁର ଥାନା ଲାଖପଡା ଗାଁର ମନୋରଞ୍ଜନ ମହାପାତ୍ର। ଆଉ ତାଙ୍କ ସ୍ତ୍ରୀ ହିଁ କରିଥିଲା ମର୍ଡର ପ୍ଲାନ୍ । ମନୋରଞ୍ଜନ କିଛି ଦିନ ହେଲା ଟାଙ୍ଗୀ ଥାନା ଚଣ୍ଡେଶ୍ବର ଗାଁରେ ନିଜ ସମ୍ପର୍କୀୟଙ୍କ ଘରେ ରହୁଥିଲେ । ଗତ ଶନିବାର ରାତିରେ ମନୋରଞ୍ଜନ ହଠାତ୍ ନିଖୋଜ ହୋଇଯାଇଥିଲେ।
ଶେଷରେ ରବିବାର ଦିନ ହରିପୁର ଜଙ୍ଗଲରୁ ଏକ ସୁଟକେସ୍ ରେ ତାଙ୍କ ମୃତଦେହ ମିଳିଥିଲା । ମୃତ ମନୋରଞ୍ଜନଙ୍କ ହତ୍ୟା ମାମଲାରେ ତାଙ୍କ ସ୍ତ୍ରୀ ଏବଂ ୨ ସମ୍ପର୍କୀୟ ଭାଇକୁ ଗିରଫ କରିଛି ପୋଲିସ । ସୁଟକେସ୍ ରେ ଲାଗିଥିବା ଦୋକାନ ଷ୍ଟିକରରୁ ପୋଲିସକୁ ସୁରାଗ ମିଳିଥିଲା। ଏହି ସୁଟକେସକୁ ଚାନ୍ଦପୁରର ଏକ ଦୋକାନରୁ କିଣାଯାଇଥିଲା । ହତ୍ୟା ପୂର୍ବଦିନ ସୁଟକେସକୁ ସ୍ତ୍ରୀ କିଣିଥିଲା। ସିସିଟିଭିରୁ ଏହା ଜଣାପଡିଛି । ଦୋକାନର ସିସିଟିଭି ଯାଞ୍ଚ କରିବା ପରେ ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ସଫଳ ହୋଇଛି।