ଖୋର୍ଦ୍ଧା ପୋଲିସ ଦ୍ବାରା ୫ ହାଇୱେ ଲୁଟେରା ଗିରଫ, ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

Published By : Prameya-News7 Bureau | April 05, 2022 IST

ଖୋର୍ଦ୍ଧା,୦୫/୦୪: ଗତ ମାସ ୧୮ ତାରିଖରୁ ୨୯ ତାରିଖ ମଧ୍ୟରେ ନିରାକାରପୁର, ଖୋର୍ଦ୍ଧା ସଦର ଏବଂ ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଲୁଟ ଘଟଣାରେ ସମ୍ପୃକ୍ତ ୫ ଲୁଟେରା ଖୋର୍ଦ୍ଧା ପୋଲିସ ଦ୍ବାରା ଗିରଫ। ଏମାନଙ୍କ ଠାରୁ ପ୍ରାୟ ୬୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ ହୋଇଛି । ଏଥିରେ ଗୋଟିଏ ବୋଲେରୋ, ୨ ବୋଲେରୋ ପିକଅପ ଗାଡି, ୯୮ ଗିଫ୍ଟ ପ୍ୟାକେଟ ସାମଗ୍ରୀ, ୧ ବାଇକ, ୫ ଛେଳି, ୯ ମେଣ୍ଢା ସହ ଗୋଟିଏ ଖଣ୍ଡା ମଧ୍ୟ ଜବତ କରାଯାଇଛି । ଗିରଫ ଲୁଟେରାଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ୫ ଲୁଟେରାଙ୍କ ମଧ୍ୟରୁ ଜଣେ ପୁର୍ବରୁ ଗିରଫ ହୋଇଥିବାବେଳେ ଆଜି ଗିରଫ ୪ ଲୁଟେରାଙ୍କ ମଧ୍ୟରେ ଜଣେ ନାବାଳକ ରହିଛି। ଲୁଟେରାମାନେ ଜାତୀୟ ରାଜପଥରେ ବିଭିନ୍ନ ଗାଡିକୁ ଟାର୍ଗେଟ କରି ଲୁଟ କରୁଥିଲେ । ଏମାନଙ୍କୁ ଧରିବା ନେଇ ପୋଲିସ ପକ୍ଷରୁ ୨ ଟି ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ଖୋର୍ଦ୍ଧା ଏସ୍‌ପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.