ଶନିବାର ସଂଧ୍ୟାରୁ ନିଖୋଜ ଥିଲେ ନାବାଳକ, କୂଳରୁ ମିଳିଲା ମୃତଦେହ

Published By : Prameya-News7 Bureau | January 22, 2023 IST

ଖୋର୍ଦ୍ଧା ୨୨।୦୧ : କୂଅ ଭିତରୁ ନାବାଳକର ମୃତଦେହ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲା ପୁବୁସାହି ଓଳସିଂହ ଗାଁରୁ ଠାବ ହୋଇଛି ନାବାଳକର ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ଖବର ଅନୁଯାୟୀ, ମହେଶ୍ୱର ବେହେରାଙ୍କ ୧୦ ବର୍ଷର ପୁଅ ଶନିବାର ସଂଧ୍ୟା ସମୟରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ହେଲେ ରବିବାର ଦିନ ସକାଳ ସମୟରେ ଘର ପଛରେ ଥିବା ଏକ ପରିତ୍ୟକ୍ତ କୂଅରୁ ତାଙ୍କ ସାଇକେଲ୍‌ ସହ ମୃତଦେହକୁ ଉଦ୍ଧାର କରିଥିଲେ ଗ୍ରାମବାସୀ ।  

ସେପଟେ ଘଟଣା ସଂପର୍କରେ ସୂଚନା ପାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅଧିକ ତଦନ୍ତ ପାଇଁ ପୋଲିସ ଡଗ୍‌ ସ୍କାର୍ଡ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ମଧ୍ୟ ପହଞ୍ଚିଛି । କିନ୍ତୁ ମୃତ ନାବାଳକଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ଆସିଛି । ପୋଲିସ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.