scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କଳୁଷିତ ହେଉଛି ବୈବାହିକ ଜୀବନ, ଛାଡ଼ପତ୍ର ମାମଲାରେ ଖୋର୍ଦ୍ଧା ଆଗରେ, ଏହି ଜିଲ୍ଲା ପଛରେ

21/11/2023 at 9:10 PM

ଗଜପତି: ଆଜିକାଲି ଦୁନିଆରେ ବୈବାହିକ ଦାମ୍ପତ୍ୟ ଜୀବନ ଧୀରେ ଧୀରେ କଳୁଷିତ ହେବାରେ ଲାଗିଛି। କୋର୍ଟରେ ବଢିଚାଲିଛି ଗୋଟିଏ ପରେ ଗୋଟିଏ ଦମ୍ପତିଙ୍କ ଛାଡପତ୍ର ମାମଲା । ଗୋଟିଏ ସର୍ଭେରୁ ଜଣାପଡ଼ିଛି ଓଡ଼ିଶାରେ ସର୍ବାଧିକ ଛାଡପତ୍ର ମାମଲା ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ସର୍ବନିମ୍ନ ଗଜପତିରେ।

ଅଧିକ ପଢନ୍ତୁ- ଅଳ୍ପକେ ଟଳିଗଲା ବଡ ଦୁର୍ଘଟଣା : ଗୋଟିଏ ଟ୍ରାକ୍‌ରେ ୩ ଯାତ୍ରୀ ଟ୍ରେନ୍, ଦୁଇଟି ଟ୍ରେନ୍ ସାମ୍ନାସାମ୍ନି

ଆଜିକାଲିର ଯୁବପିଢି ଅଗ୍ନିକୁ ଶାଖୀ ରଖି ସାତ ଜନ୍ମ ଜଣେ ଜଣକ ସାଙ୍ଗରେ ରହିବେ ବୋଲି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି କିନ୍ତୁ କିଛି ମାସ ବା କିଛି ବର୍ଷକ ମଧ୍ୟରେ ତିକ୍ତତା ଦେଖାଦେଇ ଦୂରେଇ ଯାଉଛନ୍ତି ଜଣେ ଜଣକ ଠାରୁ । ଏହାର ପଛରେ ଦେଖିବାକୁ ଗଲେ ଅନେକ କାରଣ ରହିଛି । ଆଜିକାଲିର ଯୁବ ପିଢି ସ୍ୱାଧୀନ ଚିନ୍ତାଧାରା, ଅସହିଷ୍ଣୁତା, ଜଣ ଜଣକ ପ୍ରତି ଆଉ ପ୍ରତିବଦ୍ଧତା ନାହିଁ ଯାହା ଫଳରେ ସମାଜରେ ଛାଡପତ୍ର ବଢିଚାଲିଛି ବୈବାହିକ ଜୀବନ କେବଳ ଔପଚାରିକ ପଲଟିଯାଇଛି ।

How Dr. Gottman Can Predict Divorce with 94% Accuracy

ପାଶ୍ଚାତ୍ୟ ପ୍ରଭାବରୁ ମଣିଷ ନିଜର ସାମାଜିକ ଦାୟିତ୍ୱବୋଧ ଠାରୁ ଦୂରେଇ ଯାଉଥିବା ହୃଦବୋଧ କରିଛନ୍ତି ବୁଦ୍ଧିଜୀବୀ । ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଓଡ଼ିଶାର ସର୍ବାଧିକ ଖୋର୍ଦ୍ଧା ଓ ସର୍ବନିମ୍ନ ଗଜପତି ଜିଲ୍ଲାରେ ଅଦାଲତରେ ଛାଡପତ୍ର ମାମଲା ରୁଜ୍ଜୁ ହୋଇଛି । ଗଜପତି ଜିଲ୍ଲାରେ ଆଜି ବି ଲୋକେ ନିଜ ଧର୍ମ ଓ ଯୌଥ ପରିବାର ସହ ବାନ୍ଧି ହୋଇ ପାଶ୍ଚାତ୍ୟ ପ୍ରଭାବରୁ କିଛିମାତ୍ରାରେ ଦୁରେଇ ରହିଛନ୍ତି।

ବର୍ତ୍ତମାନ ଦୁନିଆରେ ଆଉ ଯୌଥ ପରିବାର ଆଉ ଦେଖିବାକୁ ମିଳୁନି ଯାହାର ସିଧାସଳଖ ପ୍ରଭାବ ଆଜିର ଯୁବପିଢିଙ୍କ ପାଖରେ ଦେଖିବାକୁ ମିଳୁଛି । ଅଧିକ ଶିକ୍ଷା ନାଁରେ ପଥଭ୍ରଷ୍ଟ ହେଲେଣି ଆଜିକା ଯୁବସମାଜ। ତେଣୁ ପିଲାଙ୍କୁ ଛୋଟ ସମୟରୁ ନୈତିକ ଶିକ୍ଷାର ଆଵଶ୍ୟକତା ରହିଛି । ଯାହାଦ୍ୱାରା ନିଜେ ସମାଜ ପ୍ରତି ଦାୟିତ୍ୱବାନ ହେବା ସହ ନିଜେ ନିଜର ସଂଯମତା ରକ୍ଷାକରିପାରିବ । ଏହା ଯଦି ନହୁଏ ତେବେ କୌଣସି ଆଇନର ପରିଧିରେ ସମାଜରେ ସୁଧାର ଅଣାଯାଇ ପାରିବନାହିଁ ।

   Related Posts