previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଧର୍ମଗଡ : ଲଗାଣ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲା, ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି
  • ||
  • ମୋହନା : ଲଗାଣ ବର୍ଷାରେ ବୃଦ୍ଧି ପାଇଲା ହରଭଙ୍ଗୀ ନଦୀର ଜଳସ୍ତର, ୪ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ
  • ||
  • ସାନଖେମୁଣ୍ଡି : କୂଅରେ ପଡିଲା ଜଙ୍ଗଲୀ ବାରହା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପୁରୀ : ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ : ଭାସିଯାଇ ଯୁବତୀଙ୍କ ମୃତ୍ୟୁ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଜଣେ ଶିଶୁ ସମେତ ୩ ଆହତ
  • ||
  • ସମ୍ବଲପୁର : ବ୍ରେକ୍ ଫେଲ୍ ହେଲା ଚଳନ୍ତା ବସ୍‌, ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା
  • ||
  • କାମାକ୍ଷାନଗର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • ବିହାରରେ ବଦଳିବ ରାଜନୈତିକ ସମୀକରଣ : କଂଗ୍ରେସ-ଆରଜେଡି ସମର୍ଥନରେ ସରକାର ଗଢିବେ ନୀତିଶ !
  • ||
  • ଜୟପୁର : ନଦୀ ପାର ହେବା ସମୟରେ ଭାସିଗଲେ ବୃଦ୍ଧା, ମୃତଦେହ ଉଦ୍ଧାର କଲେ ପରିବାର ଲୋକ
  • ||
  • କଣ୍ଟାବାଞ୍ଜି : ଗାଁ ନିକଟ ମହୁଲ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ, ଆତ୍ମହତ୍ୟା ନା’ ହତ୍ୟା ଅସ୍ପଷ୍ଟ
  • ||

୧୭୦ ହଟ୍‌ସ୍ପଟ ଜିଲ୍ଲା ଭିତରେ ରହିଛି ଖୋର୍ଦ୍ଧା ଜିଲ୍ଲା: ଆଗାମୀ ୭ଦିନ ଭିତରେ ୫ହଜାର ସାମ୍ପଲ ଟେଷ୍ଟ ପାଇଁ ରହିଛି ଲକ୍ଷ୍ୟ

17/04/2020 at 10:34 PM

ଭୁବନେଶ୍ବର୧୭/୪: ଦେଶର ୧୭୦ ହଟ୍‌ସ୍ପଟ ଜିଲ୍ଲା ଭିତରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଉ ଖୋର୍ଦ୍ଧା ଜିଲ୍ଲାରେ କରୋନା ହଟସ୍ପଟ୍‌ ପାଲଟିଥିବା ରାଜଧାନୀ ଭୁବନେଶ୍ବରକୁ ନେଇ ସ୍ପେଶାଲ ଷ୍ଟ୍ରାଟେଜି କରିଛନ୍ତି ରାଜ୍ୟ ସରକାର । ଏପର୍ଯ୍ୟନ୍ତ ଭୁବନେଶ୍ବରରେ ୧୯୫୮ ସାମ୍ପଲ ଟେଷ୍ଟ ହୋଇଥିବା ବେଳେ ଆଗାମୀ ୭ଦିନ ଭିତରେ ୫ହଜାର ସାମ୍ପଲ ଟେଷ୍ଟ ପାଇଁ ଲକ୍ଷ୍ୟ ରଖାଯାଇଛି । ଯାହା ଦ୍ବାରା ଭୁବନେଶ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟାକୁ ନେଇ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିପାରିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ।

କରୋନା ହଟସ୍ପଟ ରାଜଧାନୀ ଭୁବନେଶ୍ବର ପାଇଁ ରାଜ୍ୟ ସରକାରଙ୍କ ସ୍ପେଶାଲ ଷ୍ଟ୍ରାଟେଜି । ଆଗାମୀ ୭ଦିନ ଭିତରେ ୫ହଜାର ସାମ୍ପଲ ଟେଷ୍ଟ ଟାର୍ଗେଟ୍‌ । ଦେଶର ୧୭୦ ହଟ୍‌ସ୍ପଟ ଜିଲ୍ଲା ତାଲିକାରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଆଉ ଖୋର୍ଦ୍ଧା ଜିଲ୍ଲାରେ କରୋନା ହଟସ୍ପଟ୍‌ ପାଲଟିଥିବା ରାଜଧାନୀ ଭୁବନେଶ୍ବରକୁ ନେଇ ସ୍ପେଶାଲ ଷ୍ଟ୍ରାଟେଜି କରିଛନ୍ତି ରାଜ୍ୟ ସରକାର।  ଟେଷ୍ଟ ପାଇଁ ଭୁବନେଶ୍ବରରେ ଲ୍ୟାବ୍‌ର ଅପଗ୍ରେଡେସନ୍‌ ହେବ । ସହରର ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ସାମ୍ପଲ ସଂଗ୍ରହ କରାଯିବ । ଏଥି ସହ ମୋବାଇଲ୍‌ ଭ୍ୟାନ୍‌ ବୁଲି ମଧ୍ୟ ସାମ୍ପଲ ସଂଗ୍ରହ କରିବ । ଏଥିରେ ୪ଟି ବର୍ଗର ଲୋକଙ୍କୁ ଚୟନ କରାଯାଇ ସାମ୍ପଲ ନିଆଯିବ । ଟ୍ରାଭେଲ୍‌ ହିଷ୍ଟ୍ରିଥିବା ଲୋକ ଏବଂ ଲକ୍ଷଣ ଥିବା ଲୋକଙ୍କ ସାମ୍ପଲ ନିଆଯିବ । ଏଥି ସହ ସ୍ବାସ୍ଥ୍ୟକର୍ମୀ, ପୋଲିସ ଓ ପରିମଳ କର୍ମଚାରୀଙ୍କ ନମୂନା ପରୀକ୍ଷା ହେବ । ୬୦ବର୍ଷରୁ ଅଧିକ ବୟସ୍କ ଏବଂ ସ୍ବାସ କିମ୍ବା ସର୍ଦ୍ଦି ଜନିତ ରୋଗ ଥିବା ଲୋକଙ୍କର ମଧ୍ୟ ଟେଷ୍ଟ କରାଯିବ ।

ସମସ୍ତେ ସାମ୍ପଲ ଟେଷ୍ଟ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟ ଶାସନ ସଚିବ । ଯେଉଁମାନଙ୍କ ସାମ୍ପଲ ନେବାକୁ ଚୟନ କରାଯିବ, ସେମାନେ ସହଯୋଗ କରିବାକୁ କୁହାଯାଇଛି । ଯେଉଁମାନେ ଏଥିରେ ସହଯୋଗ ନକରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଛେପ ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଥିବାରୁ ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଆଦାୟ କରିବାକୁ ନିୟମ ହୋଇଛି । ପ୍ରଥମ ୩ଥର ନିୟମ ଉଲଂଘନ ପାଇଁ ୨୦୦ଟଙ୍କା, ଏହାପରେ ୫୦୦ଟଙ୍କା ଜରିମାନା ନିୟମକୁ ସାରା ରାଜ୍ୟରେ କଡ଼ାକଡ଼ି କରାଯାଇଛି ।

ଗତକାଲି ରାତି ସୁଦ୍ଧା ରାଜ୍ୟରେ ୭ହଜାର ୫ଶହ ୭୭ ସାମ୍ପଲ ଟେଷ୍ଟ ହୋଇଛି । ସେମାନଙ୍କ ମଧ୍ୟରୁ୬୦ଟି ପଜିଟିଭ୍‌ ଆସିଥିବା ବେଳେ ୪୬ ପଜିଟିଭ୍‌ କେବଳ ଭୁବନେଶ୍ବରର ହୋଇଥିବାରୁ ଏହାକୁ ହଟସ୍ପଟ୍‌ ଭାବେ ଚିହ୍ନଟ କରାଯାଇଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୧୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ କରୋନା ମୁକାବିଲା ନେଇ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ତୃଣମୂଳସ୍ତରରେ ଜାରି ରହିଛି ପ୍ରୟାସ । ଏଥି  ସହ କରୋନା ଯୁଦ୍ଧରେ ଜିତିବାକୁ ହେଲେ ସାମାଜିକ ଦୂରତା ଏବଂ ସଚେତନତା ହିଁ ଏକମାତ୍ର ଅସ୍ତ୍ର ବୋଲି ପ୍ରତ୍ୟେକ ଲୋକ ଅନୁଭବ କରିବା ନିହାତି ଜରୁରୀ ହୋଇପଡ଼ିଛି ।

   Related Posts