ରାଜଧାନୀ ଉପକଣ୍ଠ ଅଞ୍ଚଳରେ ବନ୍ୟା ଭୟ, ସ୍ଥିତି ପରଖିଲେ ଜିଲ୍ଲାପାଳ

Published By : Prameya-News7 Bureau | August 14, 2022 IST

ବାଲିପାଟଣା, ୧୪।୮: ରାଜଧାନୀ ଉପକଣ୍ଠରେ ଲଗାଣ ବର୍ଷା ଯୋଗୁ ସ୍ଥିତି ବେହାଲ ହୋଇଛି । ଉପକଣ୍ଠ ଦେଇ ପ୍ରବାହିତ ଭାର୍ଗବୀ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ବାଲିପାଟଣା ବ୍ଲକ ଅଚ୍ୟୁତପୁର ଠାରେ କାଜ ସ୍ଥଳରେ ବନ୍ୟା ଜଳ ନିଷ୍କାସିତ ହେଲେ ଧନୁଆରେ ବନ୍ୟା ଆସି ବାଲିପାଟଣା ବ୍ଲକର ୫ ଗ୍ରାମପଞ୍ଚାୟତ ସହ ବାଲିଅନ୍ତାର ୨ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହୁଏ । ତେଣୁ ଏବେ ଏହି ସ୍ଥାନ ଗୁଡ଼ିକର ସ୍ଥିତି କିପରି ରହିଛି ତାହା କ୍ଷେତ୍ରକୁ ଯାଇ ପରିଦର୍ଶନ କରିଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ ।

ବାଲିପାଟଣା ବ୍ଳକ ଅଚ୍ୟୁତପୁର ଠାରେ ଭାର୍ଗବୀ ନଦୀ କାଜ ସ୍ଥଳରେ ଜିଲ୍ଲାପାଳ ପହଁଞ୍ଚି ସ୍ଥିତି ପରଖିଛନ୍ତି । ଏହା ସହ ବାଲିଅନ୍ତା ଟଙ୍କପାଣି ବ୍ରିଜ ନିକଟରେ କୁଆଖାଇ ନଦୀ ସ୍ଥିତି ଦେଖିଛନ୍ତି । ଉଭୟ ବ୍ଳକ ବାଲିପାଟଣା ଏବଂ ବାଲିଅନ୍ତା ବ୍ଳକର ପ୍ରଶାସନିକ ଅଧିକାରୀ ବନ୍ୟା ସ୍ଥିତି ନେଇ ସଜାଗ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.