Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଭୂଷଣ୍ଡପୁର ବିସ୍ଫୋରଣ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ; ପୁରୀ ଡିଏଫଓଙ୍କୁ ତଦନ୍ତ ଭାର ନ୍ୟସ୍ତ

6/03/2023 at 5:41 PM

ଖୋର୍ଦ୍ଧା ୦୬/୦୩: ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ବିସ୍ଫୋରଣରେ ଅଘଟଣରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ। ଏହାକୁ ଗୁରୁତର ଭାବେ ନେଇ ପୁରୀ ଜିଲ୍ଲା ଅଗ୍ନିଶମ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯାଇଛି। ଏନେଇ ଓଡ଼ିଶା ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି। ତିଆରି କରୁଥିବା ବ୍ୟକ୍ତିଙ୍କ ଠାରେ ଲାଇାସେନ୍ସ ଥିଲା କି ନାହିଁ ? ଯଦି ନଥିଲା ତାହେଲେ କାହା ଅନୁମତିରେ ଏହା ଚାଲୁଥିଲା ? ଏସବୁ ଦିଗଗୁଡ଼ିକ ତଦନ୍ତ ପରିସରଭୁକ୍ତ ହେବ ବୋଲି ଜଣାପଡ଼ିଛି।

ଏବେ ଘଟଣା ସ୍ଥଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କ୍ଷୟକ୍ଷତିର ଆକଳନ ମଧ୍ୟ କରାଯାଉଛି। ବାଣ ତିଆରି ଓ ବିକ୍ରୀ କରିବା ଲାଇସେନ୍ସ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦିଆଯାଇଥାଏ। ପର୍ବ ପର୍ବାଣୀ ବେଳେ ଜନ ସାଧାରଣଙ୍କ ବିଶୃଙ୍ଖଳା ଓ ଆଇନକୁ ନମାନି ଏଭଳି କାର୍ଯ୍ୟ କରିବାରୁ ଅଘଟଣ ଘଟୁଛି ବୋଲି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ଏହାସହ ଜନ ସାଧାରଣ ସର୍ବଦା ପ୍ରଥମେ ସୁରକ୍ଷାକୁ ଗୁରୁତ୍ବ ଦେବାକୁ ଅଗ୍ନିଶମ ଡିଜି ପରାମର୍ଶ ଦେଇଛନ୍ତି।

ସୂଚନାଥାଉକି, ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁର ବାଣ ଗୋଦାମରେ ବାଣ ତିଆରି ବେଳେ ବିସ୍ଫୋଣ ହୋଇଖଥିଲା। ଏହା ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହିତ ଏହି ଅଘଟଣ କାରଣରୁ ଅନେକ ଗୁରୁତର ହୋଇ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଖବର ଅନୁସାରେ ଆସନ୍ତା ଦୋଳ ପୂର୍ଣ୍ଣିମାରେ ସେଠାରେ ଆତସବାଜି ପ୍ରତିଯୋଗିତା ପାଇଁ ବାଣ ଭିଡ଼ାଯାଉଥିବା କୁହାଯାଇଛି।

   Related Posts