Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପୂର୍ବଶତ୍ରୁତାରୁ ଆକ୍ରମଣ, ଦୁଇ ଭାଇଙ୍କୁ ଖଣ୍ଡାରେ ହାଣିଲେ

28/05/2023 at 12:52 PM

ଖୋର୍ଦ୍ଧା ୨୮।୦୫ : ଖୋର୍ଦ୍ଧା ରାଜସୁନାଖଳା କୁମ୍ଭାରୀ ଛକରେ ଅଭାବନୀୟ ଘଟଣା । ପୂର୍ବଶତ୍ରୁତାକୁ ନେଇ ଦୁଇ ଭାଇଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରବିବାର ଦିନ ରାଜସୁନାଖଳା କୁମ୍ଭାରୀ ଛକରେ ଏକ ବିବାଦୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ହଠାତ୍‌ ଦୁଇ ଭାଇଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଖଣ୍ଡାରେ ଆକ୍ରମଣ ହୋଇଥିଲା । ଏହି ଆକ୍ରମଣରେ ଦୁଇ ଭାଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପ୍ରଥମେ ରାଜସୁନାଖଳ ମେଡିକାଲରେ ଦୁଇ ଭାଇଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଜଣେ ଭାଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ସେପଟେ ବୋଲଗଡ଼ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଏହି ଘଟଣା ପଛରେ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଖୋଲତାଡ଼ ଆରମ୍ଭ କରିଛି ପୋଲିସ ।

You Can Read :

   Related Posts