ଭୁବନେଶ୍ୱର ୨୫/୦୩ : ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ ଆଗରେ ଘଟିଥିବା ଉତ୍ତେଜନାକୁ ନେଇ ଖୋର୍ଦ୍ଦା ଜିଲ୍ଲାପାଳ ନିଜର ପ୍ରତିକ୍ରିୟା ପ୍ରକାଶ କରଛନ୍ତି । ଷ୍ଟ୍ରଙ୍ଗ ରୁମ ଭିତରକୁ ପ୍ରବେଶ କରିଥିବା ଯୁବକ ଜଣଙ୍କ କର୍ମଚାରୀ ବୋଲି ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର କହିଛନ୍ତି । ଏଭଳି ଘଟଣା ଦୁର୍ଭାଗ୍ୟଜନକ ବୋଲି ସେ ମତ ପ୍ରକାଶ କରିଛନ୍ତି । ସେହି କର୍ମଚାରୀ ଜଣଙ୍କ ନିର୍ବାଚନ କମିଶନରଙ୍କ ଦ୍ୱାରା ନିଯୁକ୍ତ ହୋଇଥିଲେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ବିଜବି କଲେଜ ଷ୍ଟ୍ରଙ୍ଗରୁମ ଆଗରେ ପୋଲିସ ଲାଠି ଚାର୍ଜ କରୁଥିବା ଦେଖିବାକୁ ମିଳିଥିଲା । ଏହା ମଧ୍ୟରେ ପୋଲିସ ଓ ଉତ୍ୟକ୍ତ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ସେଠାରେ ଲୋକଙ୍କୁ ଘଉଢଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିଲା। ଷ୍ଟ୍ରଙ୍ଗ ରୁମ ଭିତରେ ଜଣେ ଯୁବକ ପସିଥିବାର ଅଭିଯୋଗ ହୋଇଥିଲା। ପରେ ସେହି ଯୁବକଙ୍କୁ ଘଟଣା ସ୍ଥଳରେ ଉପସ୍ଥିତ ଲୋକ ନିର୍ଦ୍ଧୁମ ମାଡ଼ ମାରିଥିଲେ । ଉତ୍ୟକ୍ତ ଲୋକଙ୍କ ଆକ୍ରମଣରେ ସମ୍ପୃକ୍ତ ଯୁବକ ଆହତ ହୋଇଛନ୍ତି ।
ସୁଚନାଥାଉକି, ଷ୍ଟ୍ରଙ୍ଗ ରୁମରେ ବାହାର ବ୍ୟକ୍ତି ପ୍ରବେଶକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଉତେଜନା ପରେ ବିଜେବି କଲେଜରେ ଥିବା ଷ୍ଟ୍ରଙ୍ଗ ରୁମରେ ଏଡିଏମ ଓ ଭୁବନେଶ୍ୱର ଡିସିପି ପହଞ୍ଚି ଯାଞ୍ଚ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ। ତେଣୁ ସେହି ବ୍ୟକ୍ତି କାହିଁକି ପ୍ରବେଶ କରିଥିଲେ ତାହାକୁ ନେଇ ୩୧ ନମ୍ବର ୱାର୍ଡର ପାର୍ଥିଙ୍କ ସମର୍ଥକମାନେ ପ୍ରଶ୍ନ କରିଛନ୍ତି। କାହିଁକି ନିୟମ ଭଙ୍ଗ ହେଲା ତାହାର ଉତ୍ତର ଦିଆଯାଉ ବୋଲି ଅଭିଯୋଗକାରୀ କହିଛନ୍ତି ।