ସମୁହ ଛୁଟି ଯିବେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ
2/09/2018 at 12:47 PM

ଖୋର୍ଦ୍ଧା ୨/୯ : ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କର ଗ୍ରେଡ୍ ଦରମା ୪୬୦୦କୁ ବୃଦ୍ଧି, ବ୍ଲକ୍ରେ କାର୍ଯ୍ୟାରତ ଆରଡବ୍ଲୁଏସଏସ ଜେଇ-୨ ମାନଙ୍କ ଚାକିରୀ ନିୟମିତ କରିବା ଆଦି ୮ ଦଫା ଦାବିକୁ ଦିର୍ଘ ଦିନହେଲା ସରକାରଙ୍କୁ ଜଣାଇଥିଲେ ସୁଧା ସରକାର କର୍ଣ୍ଣପାତର କରୁନଥିବାରୁ ଆସନ୍ତା ୧୮ ତାରିଖରୁ ଜିଲ୍ଲା ଡିପ୍ଲମା ଇଂଜିନିୟର ମାନେ ସମୁହ ଛୁଟିରେ ଯିବା ପାଇଁ ନିଷ୍ପତି ନେଇଛନ୍ତି। ଦାବି ପୂରଣ ନହେଲେ ଅନିଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବା ନେଇ ସଂଘ ଚେତାବନୀ ଦେଇଛି। ଏ ନେଇ ଖୋର୍ଦ୍ଧା ପୂର୍ତ୍ତ ବିଭାଗ ଡାକ ବଂଗଳାରେ ଜିଲ୍ଲା ଡିପ୍ଲମା ଇଂଜିନିୟର୍ସ ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନକରେ ସୂଚନା ଦିଆଯାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ଡିପ୍ଲମା ଇଂଜିନିୟର ଉପସ୍ଥିତ ଥିବା ସହିତ ସଂଘର ଜୋନାଲ ସଂପାଦକ ଓକିଲ ଚନ୍ଦ୍ର ମହାପାତ୍ର,ସଂଘର ଖୋର୍ଦ୍ଧା ଜିଲ୍ଲା ସଭାପତି ଅମୁଲ୍ୟ ବାହିନୀପତି ପ୍ରମୁଖ ମଂଚରେ ଉପସ୍ଥିତ ଥିଲେ।