ଦିଗ୍ଗଜ ସଙ୍ଗୀତକାର ଖୟାମଙ୍କ ପରଲୋକ, ବଲିଉଡରେ ଶୋକର ଛାୟା

Published By : Prameya-News7 Bureau | August 19, 2019 IST

ମୁମ୍ବାଇ ୧୯।୮: ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମ ବିଭୂଷଣ’ରେ ସମ୍ବର୍ଦ୍ଧିତ ବଲିଉଡର ଦିଗ୍ଗଜ ସଙ୍ଗୀତକାର ମହମ୍ମଦ ଜହର ଖୟାମ ହସ୍ମୀଙ୍କର ସୋମବାର ମୁମ୍ବାଇର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ସଙ୍ଗୀତ ପ୍ରେମୀଙ୍କ ମଧ୍ୟରେ କେବଳ ‘ଖୟାମ’ ନାମରେ ପରିଚିତ ଥିବା ଏହି ଜନ୍ମଜାତ ସଙ୍ଗୀତ ସାଧକ ମୃତ୍ୟୁବେଳକୁ ୯୩ ବର୍ଷ ବୟସରେ ପାଦଥାପିସାରିଥିଲେ।  ଫୁସଫୁସରେ ସଂକ୍ରମଣ ଯୋଗୁ ଖୟାମ ଗୁରୁତର ଅସୁସ୍ଥ ହୋଇପଡିଥିଲେ। ଏଣୁ ପରିବାର ଲୋକେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଜଟିଳ ଥିଲା। ଖୟାମଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ବଲିଉଡ କଳାକାର ଜଗତରେ ଶୋକର ଛାୟା ଖେଳିଯାଇଛି।

{"id":146344,"width":582,"height":289}

୧୯୪୩ ମସିହାରେ ମାତ୍ର ୧୭ ବର୍ଷ ବୟସରେ ଖୟାମ ଲୁଧିଆନାରୁ ତଙ୍କର ସଙ୍ଗୀତ ସାଧନା ଆରମ୍ଭ କରିଥିଲେ। ତେବେ  ୧୯୫୩ ମସିହାରେ ଫୁଟପାଥ ଫିଲ୍ମରୁ ତାଙ୍କର ବଲିଉଡ୍ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୬୧ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ସୋଲା ଔର ସବନମ୍ ରେ ପ୍ରଥମେ ଲୋକେ ତାଙ୍କୁ ଜାଣିବାକୁ ପାଇଥିଲେ। ଆଖିର ଖତ, କଭିକଭି, ତ୍ରିଶୁଲ, ନୁରୀ, ବାଜାର ଓ ଉମ୍ରାଓଜାନ ଭଳି ଫିଲ୍ମର ସଙ୍ଗୀତକାରଥିଲେ ଖୟାମ।

{"id":146345,"width":578,"height":434}

୨୦୦୭ ମସିହାରେ ତାଙ୍କ କଳାକାରକୁ ପ୍ରଥମେ ସଙ୍ଗୀତ ନାଟକ ଏକାଡେମୀର ସ୍ୱୀକୃତି ମିଳିଥିଲା। ଆକାଡେମୀ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଥିଲେ ଖୟାମ। ପରେ ୨୦୧୧ ମସିହାରେ ତାଙ୍କୁ ଦେଶର ଶୀର୍ଷ ନାଗରିକ ସମ୍ମାନ ପଦ୍ମବିଭୂଷଣରେ ସମ୍ବର୍ଦ୍ଧିତ କରାଯାଇଥିଲା। ଜଗଜ୍ଜିତ କୌରଙ୍କୁ ବିବାହ କରିଥିଲେ ଖୟାମ। ଜଗଜ୍ଜିତ ମଧ୍ୟ ଜଣେ ଉଚ୍ଚକୋଟିର ଗାୟିକା ଥିଲେ ସେ ଖୟାମଙ୍କ ସହ ବାଜାର, ସଗୁନ ଏବଂ ଉମ୍ରାଓଜାନରେ କାମ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.