KKK-12 ୱିନର ହେଲେ ତୁଷାର କାଲିଆ, ଟ୍ରଫି ସହ ହାତେଇଲେ ଦାମୀ କାର

Published By : Prameya-News7 Bureau | September 26, 2022 IST

ମୁମ୍ଵାଇ ୨୬।୦୯: ରବିବାର ଅର୍ଥାତ୍ ଗତକାଲି ରାତିରେ ଖତରୋଁ କେ ଖିଲାଡିର ଫାଇନାଲ୍ ଏପିସୋଡ୍ ଅନୁଷ୍ଠିତ ହୋଇଥିଲା । ତାହା ବହୁତ ରୋମାଞ୍ଚକର ଥିଲା । ଯେଉଁଠାରେ ଫାଇନାଲ୍ ପାଇଁ ତିନୋଟି ପ୍ରତିଯୋଗୀ ଥିଲେ । ତୁଷାର କାଳିଆ, ଫୈଜୁ ଏବଂ ଜନ୍ନତ ପରସ୍ପର ସହ ଟକ୍କର ଦେଇଥିଲେ। ରୋହିତ ଶେଟ୍ଟୀଙ୍କ ଆଗାମୀ ଚଳଚ୍ଚିତ୍ର 'ସର୍କସ'ର ଅଭିନେତା ରଣଭୀର ସିଂ, ବରୁଣ ଶର୍ମା, ଜନି ଲିଭର ଏବଂ ସଞ୍ଜୟ ମିଶ୍ରଙ୍କ ଅଭିନେତାମାନେ ଗ୍ରାଣ୍ଡ ଫାଇନାଲରେ ଅତିଥି ଭାବରେ ପହଞ୍ଚିଥିଲେ। ଜୁଲାଇ ୨ରେ ଏହି ଶୋ’ର ପ୍ରିମିୟର ହୋଇଥିଲା । ପ୍ରାୟ ଅଢେଇ ମାସ ପରେ ଶୋ’ର ବିଜେତା ମିଳିଛି। ସମସ୍ତଙ୍କୁ ପଛରେ ପକାଇ ତୁଶାର କାଲିଆ ଏହି ସିଜିନ୍ର ଟ୍ରଫି ଜିତିଛନ୍ତି। ତୁଷାରଙ୍କ ବ୍ୟତୀତ ଫୈଜୁ ଏବଂ ମୋହିତ ଫାଇନାଲ ଷ୍ଟଣ୍ଟରେ ପହଞ୍ଚିଥିଲେ।

ଟପ୍ ପ୍ରତିଯୋଗୀମାନେ ହେଲେ ତୁଷାର କାଳିଆ, ରୁବିନା ଦିଲାୟକ, ଜନ୍ନତ ଜୁବେର, ଫୈଜୁ ଶେଖ ଏବଂ ମୋହିତ ମଲିକ। ସେଥିମଧ୍ୟରୁ ରୁବିନା ପ୍ରଥମେ ବାହାରକୁ ଆସିଥିଲେ। ପରବର୍ତ୍ତୀ ରାଉଣ୍ଡରେ ଜନ୍ନତ ବାହାରିଥିଲେ। ଏହିପରି ଭାବରେ ଶୋ’ରେ ତୁଶାର, ମୋହିତ ଏବଂ ଫୈଜୁଙ୍କ ସହ ଟପ୍-୩ ପ୍ରତିଯୋଗୀ ସାମ୍ନାକୁ ଆସିଥିଲେ। ଫାଇନାଲ୍ ଷ୍ଟଣ୍ଟରେ ଏହି ତିନିଜଣଙ୍କ ମଧ୍ୟରେ ଟକ୍କର ହୋଇଥିଲା । ସିଜନ୧୨ ଟ୍ରଫି ଜିତିବା ପାଇଁ ତୁଷାର ମୋହିତ ଏବଂ ଫୈଜୁ ପରାସ୍ତ କରିଥିଲେ । ଟ୍ରଫି ବ୍ୟତୀତ ତାଙ୍କୁ ୨୦ ଲକ୍ଷ ଟଙ୍କା ଏବଂ ମାରୁତି ସୁଜୁକି ସ୍ଵିଫ୍ଟ କାର ଦିଆଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.