ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ରାସ୍ତା ଖରାପ ଲାଗି ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

5/10/2021 at 8:18 AM

କରଞ୍ଜିଆ ୦୫।୧୦: ସ୍ୱାସ୍ଥ୍ୟ ସେବାର ଆଉ ଏକ ନଗ୍ନ ଚିତ୍ର । ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ରାସ୍ତା ଭଲ ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ । ଯାହାଫଳରେ  ୨କିମି ଖଟିଆରେ ବୁହା ହୋଇ ଡାକ୍ତରଖାନାକୁ ଆସିଲେ ଗର୍ଭବତୀ । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡାରେ ଦେଖିବାକୁ ମିଳିଛି ଏପରି ଚିତ୍ର ।

ଖବର ଅନୁଯାୟୀ, ଠାକୁରମୁଣ୍ଡା ବେଣୁଆଦର ସାହିର ରାମ ପୂର୍ତ୍ତିଙ୍କ ଗର୍ଭବତୀ ସ୍ତ୍ରୀ ସମ୍ବାରି ପୂର୍ତ୍ତିଙ୍କ  ଗର୍ଭ ଯନ୍ତ୍ରଣା ହୋଇଥିଲା । ଏହାପରେ ସ୍ୱାମୀ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଗାଁ ଅଭିମୁଖେ ଆସିଥିଲେ , ହେଲେ ଭାଲିଆଡ଼ାଳରୁ ବେଣୁଆଦର ମଧ୍ୟରେ ଥିବା ପ୍ରାୟ ୨କିମି ରାସ୍ତା ଖରାପ ଥିଲା । ଯାହାଫଳରେ ୧୦୮ ଆମ୍ବୁଲାନ୍ସଟି ଘର ପାଖକୁ ଯାଇପାରିନଥିଲା ।ଶେଷରେ ଗର୍ଭ ଯନ୍ତ୍ରଣା ପାଉଥିବା ସମ୍ବାରିକୁ ଗ୍ରାମବାସୀମାନେ ୨କିମି ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଏହାପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।  ଠାକୁରମୁଣ୍ଡା ମେଡିକାଲରେ ସମ୍ବାରି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାର ଜଣାପଡିଛି ।

   Related Posts