ରାସ୍ତା ଖରାପ କାରଣରୁ ଆସିପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

Published By : Prameya-News7 Bureau | January 02, 2023 IST

ନୟାଗଡ ୦୨/୦୧: ଖଟିଆରେ ବୁହାହେଲେ ରୋଗୀ । ନୟାଗଡ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ କଳସଖମଣ ପଞ୍ଚାୟତରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ପଞ୍ଚାୟତ ଭୋଗବାଡି ଗାଁର ୫୫ବର୍ଷୀୟ ସନ୍ୟାସୀ ବେହେରା ଆଜି ସକାଳେ ଶୌଚ ହେବା ପାଇଁ ବାହାରକୁ ଯାଇଥିବା ବେଳେ ହଠାତ୍ ଅଚେତ ହୋଇଯାଇଥିଲେ । କିଛି ଲୋକ ଏହା ଦେଖି ପରିବାର ଲୋକଙ୍କୁ ଜଣାଇବା ପରେ ୧୦୮କୁ ଫୋନ୍ କରିଥିଲେ । କଳସଖମଣରେ ଏକ ଡାକ୍ତରଖାନା ଥିଲେ ମଧ୍ୟ ସେଠାରେ ଆମ୍ବୁଲାନ୍ସ କିମ୍ବା ଡାକ୍ତର ନଥିଲେ ।

ଏହାସହ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ବହୂଦୁର ହୋଇଥିବାରୁ ଗଞ୍ଜାମ ଜିଲ୍ଲା ଗାଲେରୀରୁ ୧୦୮ ଆମ୍ବୁଲାନ୍ସ ଆସିଥିଲା । କିନ୍ତୁ ଗାଁ ରାସ୍ତା ଅତି ଖରାପ ଥିବା ସହ ଏବଂ ବାଟରେ ନାଳ ରହିଥିବାରୁ ଆମ୍ବୁଲାନ୍ସଟି ଗାଁଠାରୁ ଦୁଇ କିଲୋମିଟର୍ ଦୁରରେ ଅଟକିଥିଲା । ବାଧ୍ୟହୋଇ ପରିବାର ଲୋକ ରୋଗୀକୁ ଖଟିଆରେ ଦୁଇକିଲୋମିଟର ବୋହି ଆଣିବାପରେ ଆମ୍ବୁଲାନ୍ସ ଯୋଗେ ଗାଲେରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସନ୍ନ୍ୟାସୀଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଜିଲ୍ଲାରେ ଏହିଭଳି ଘଟଣା ବାରମ୍ବାର ଘଟୁଥିଲେ ମଧ୍ୟ ପ୍ରଶାସନ ଏହାର ସମାଧାନ କରିବାରେ ବିଫଳ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.