ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଗାଁକୁ ନାହିଁ ରାସ୍ତା, ଖଟିଆରେ ବୁହା ହେଲେ ଗର୍ଭବତୀ

26/09/2022 at 1:34 PM

ମୋହନା ୨୬/୦୯ : ଗଜପତି ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଗାଁକୁ ରାସ୍ତା ନଥିବା ଯୋଗୁଁ ଖଟିଆରେ ବୁହା ହେଲେ ଗର୍ଭବତୀ ।

ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ବୁଲଡାପଙ୍କା ଗାଁରେ । ବୁଲଡପଙ୍କା ଗ୍ରାମର ଜୟନ୍ତୀ ମଳିକଙ୍କ ପ୍ରସବ ବେଦନା ହେବାରୁ ସ୍ୱାମୀ ଦେବ ମଳିକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ହେଲେ ଗାଁକୁ ରାସ୍ତା ନଥିବାରୁ ଖଜୁରୀପଦା ଗାଁରେ ୧୦୨ ଅଟକି ଯାଇଥିଲା । ତେବେ ଗାଁ ଲୋକ ଓ ପରିବାର ଲୋକ ସହାୟତାରେ ଏକ ଭାର କରି ଜୟନ୍ତୀକୁ କାନ୍ଧରେ ବସାଇ ଲୋକେ ପାଖାପାଖି ଦୁଇ କିଲୋମିଟର ରାସ୍ତା ଚାଲି ଚାଲି ୧୦୨ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ଜୟନ୍ତୀ ମଳିକ ଏବେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଛନ୍ତି l

   Related Posts