ଗାଁକୁ ନଥିଲା ଭଲରାସ୍ତା, ଖଟିଆରେ ୪କିମି ବୁହାହେଲେ ଗର୍ଭବତୀ

Published By : Prameya-News7 Bureau | October 11, 2022 IST

ଉମରକୋଟ ୧୧।୧୦: ଖଟିଆରେ ବୁହାହେଲେ ଗର୍ଭବତୀ । ଦୀର୍ଘ  ୪ କିମିରୁ ଅଧିକ ରାସ୍ତା ଖଟିଆରେ ବୁହାହେଲେ ଗର୍ଭବତୀ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଳାପଦର ପଞ୍ଚାୟତର ସର୍ଗିପାଣି ଗାଁରେ ଦେଖିବାକୁ ମିଳିଛି ଏପରି ଘଟଣା ।

ଖବର ଅନୁଯାୟୀ, ସର୍ଗିପାଣି ଗାଁର ନବୀନ ସାନ୍ତାଙ୍କ ସ୍ତ୍ରୀ ସୁସ୍ମିତା ସାନ୍ତାଙ୍କ ସକାଳ ୫ ଘଣ୍ଟା ସମୟରେ ପ୍ରସବ ଯନ୍ତ୍ରଣା ହୋଇଥିଲା । ଯାହାଫଳରେ ତାଙ୍କୁ ମେଡିକାଲକୁ ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । କିନ୍ତୁ ରାସ୍ତା ଖରାପ ଲାଗି ଆମ୍ବୁଲାନ୍ସଟି ଗାଁରେ ପହଞ୍ଚିପାରିନଥିଲା । ଗାଁଠୁ ୪କିମି ଦୂର ଫୁଲଝରି ଗାଁ ନିକଟରେ ଅଟକି ରହିଥିଲା । ପରିବାର ଲୋକେ ଏବଂ ଗ୍ରାମବାସୀ ସୁସ୍ମିତାଙ୍କୁ ଏକ ଖଟିଆ ବୋହି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହାପରେ ସୁସ୍ମିତାଙ୍କୁ ଝରିଗାଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ସେ ଏକ ଶିଶୁପୁତ୍ର ଜନ୍ମ ଦେଇଥିବା ବେଳେ ଉଭୟ ମା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଡାକ୍ତର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.