oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୪୬ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର: ଭିଜିବ ପାର୍ବଣ, ନବମୀ ଓ ଦଶମୀରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ସାନଖେମୁଣ୍ଡି: ପାଟପୁର ଥାନାରେ ୧୩୨୫ କିଲୋର ଜବତ ଗଞ୍ଜେଇ ପୋଡିଲା ପୋଲିସ
  • ||
  • UNSCରେ ରୁଷ୍‌ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିଥିଲା ଆମେରିକା, ଭୋଟିଂରୁ ବିରତ ରହିଲା ଭାରତ
  • ||
  • ସାରା ଦେଶରେ ଆରମ୍ଭ ହେଲା 5G ଯୁଗ, ୧୩ ସହରରେ ମିଳିବ ସେବା
  • ||

ଭୟଙ୍କର ହେଉଛି ଯୁଦ୍ଧ : ଖାରକିଭରେ ଗ୍ୟାସ୍ ପାଇପଲାଇନ୍ ଉଡାଇଲା ଋଷ

27/02/2022 at 9:27 AM

ନୂଆଦିଲ୍ଲୀ, ୨୭/୦୨ : ଜାରି ରହିଛି ଘମାଘୋଟ ଲଢେଇ । ଋଷ ଓ ୟୁକ୍ରେନ୍ ମଧ୍ୟରେ ଚତୁର୍ଥ ଦିନରେ ବି ଘମାଘୋଟ ଲଢେଇ କମିବାର ନାଁ ନେଉନି। ଋଷ ସେନା ଧୀରେ ଧୀରେ ୟୁକ୍ରେନ୍‌ର ରାଜଧାନୀ କିଭ୍ ଅଭିମୁଖେ ବଢୁଛି। କିଭ୍ ଠାରୁ ଆଉ ମାତ୍ର ୪ କି.ମି ଦୂରରେ ଏବେ ଋଷ ସେନା ଅଛି। ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଋଷ ସେନା ୟୁକ୍ରେନ୍‌ର ଦ୍ଵିତୀୟ ବଡ଼ ସହର ଖାରକିଭ୍‌ରେ ଏକ ଗ୍ୟାସ୍ ପାଇପଲାଇନ୍ ଉଡାଇ ଦେଇଛନ୍ତି। ଋଷର ବାରୁଦ ବର୍ଷାରେ ୟୁକ୍ରେନ୍ ସମ୍ପୂର୍ଣ୍ଣ ଅଣନିଃଶ୍ଵାସୀ ହୋଇପଡିଛି। ଏହାଦ୍ଵାରା ବହୁ ସାଧାରଣ ନାଗରିକଙ୍କ ଜୀବନ ଯାଉଛି। କିଭ୍ ଉପରେ କବ୍‌ଜା କରିବା ପାଇଁ ଋଷ ସୈନିକ ଚତୁର୍ଦ୍ଦିଗରୁ ଆକ୍ରମଣ କରୁଛନ୍ତି।

ଆହୁରି ମଧ୍ୟ ୧୦ ଜଣ ଗ୍ରୀସ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ମାରିୟୁପୋଲ ନିକଟରେ ଋଷର ବିସ୍ଫୋରଣରେ ଏହି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରୀସ୍ ପ୍ରଧାନମନ୍ତ୍ରୀ କ୍ୟାରିକୋସ୍ ଟ୍ଵିଟ୍ କରି ଚିନ୍ତା ପ୍ରକଟ କରିଛନ୍ତି।

ତେବେ ଋଷର ପ୍ରହାର ସହୁଥିବା ୟୁକ୍ରେନ୍ ଏବେ ଏକା ପଡ଼ିଯାଇଛି। ଏପରି ସ୍ଥିତିରେ ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜର୍ମାନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜର୍ମାନୀ ୟୁକ୍ରେନକୁ ସିଧାସଳଖ ଭାବେ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବ ବୋଲି ଶନିବାର ଘୋଷଣା କରିଛି। ତା ସହିତ ସ୍ୱିଫ୍ଟ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ଋଷ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଜର୍ମାନୀ ସମର୍ଥନ କରିଛି। ଜର୍ମାନୀ ଚାନ୍ସସେଲର ଶନିବାର କହିଛନ୍ତି ଯେ ତାଙ୍କ ଦେଶ ଏକ ହଜାର ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଏବଂ ୫୦୦ ଷ୍ଟାଙ୍ଗର ସର୍‌ଫେସ ଟୁ ଏୟାର ମିଶାଇଲ୍ ୟୁକ୍ରେନ୍‌କୁ ଖୁବ୍‌ଶୀଘ୍ର ମିଳିବ।ସେପଟେ ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ଆମେରିକା ଓ ତାର ସହଯୋଗୀ ଦେଶ ଋଷର ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ, ବ୍ୟବସାୟୀ, ବ୍ୟାଙ୍କ୍ ତଥା ସମ୍ପୂର୍ଣ୍ଣ ଅର୍ଥନୈତିକ ସେକ୍ଟର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

   Related Posts