ଗାଧୋଇବାକୁ ଯାଇଥିବା ବେଳେ ଖରସ୍ରୋତାରେ ବୁଡ଼ି ଜଣେ ମୃତ, ୪ ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | March 18, 2022 IST

ଯାଜପୁର ୧୮/୦୩: ଖରସ୍ରୋତା ନଦୀରେ ବୁଡ଼ି ୬ଜଣ ଯୁବକ ନିଖୋଜ ହୋଇଛନ୍ତି। ଏହି ଯୁବକମାନେ ହୋଲି ଖେଳିସାରି ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ଅଗ୍ନିଶମ ବିଭାଗ ପହଞ୍ଚି ୨ ଜଣଙ୍କୁ ଉଦ୍ଧାର କରିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି ଏବଂ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି ।

{"id":601789,"width":581,"height":261,"sizeSlug":"full","linkDestination":"none"}

ଯାଜପୁର ଟାଉନ ଥାନା ବଡ଼ସୁଆର ଅଞ୍ଚଳ ଖରସ୍ରୋତା ନଦୀରେ ଏପରି ଘଟଣା ଦେଖିବାକୁ ମିଳିଛି । ନିଖୋଜ ୬ଜଣ ଯୁବକ ବଡ଼ ସୁଆର ଘାଟ ପାଖରେ ବୁଡ଼ି ଯାଇଛନ୍ତି।  ଘଟଣା ସ୍ଥଳରେ ଦୁଇଟି ଅଗ୍ନିଶମ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି  । ନିଖୋଜ ଯୁବକଙ୍କ ମଧ୍ୟରେ ୩ଜଣ +୨ ପ୍ରଥମ ବର୍ଷର ଛାତ୍ର ଥିବା ଜଣା ପଡ଼ିଛି ବୋଲି ଯାଜପୁର ପୋଲିସ ସୂଚନା ଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.