ଆସନ୍ତାକାଲିଠୁ ଆରମ୍ଭ ହେବ ମାଘ ମେଳା ; ଉତ୍ସବମୁଖର ଖଣ୍ଡଗିରି

Published By : Prameya-News7 Bureau | February 11, 2019 IST

ଭୁବନେଶ୍ବର ୧୧|୨: ଆସନ୍ତାକାଲିଠୁ ଆରମ୍ଭ ହେବ ମାଘ ମେଳା । ସେଥିପାଇଁ ଉତ୍ସବମୁଖର ଖଣ୍ଡଗିରି । ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ସଂଖ୍ୟାରେ ସାଧୁସନ୍ଥ ଏକାଠି ହେବେ । ବିଶ୍ବ ଶାନ୍ତି ହୋମ ଯଜ୍ଞ ସହିତ ହରିବୋଲ ହୁଳହୁଳିରେ ପ୍ରକମ୍ପିତ ହେବ ଚର୍ତୁଦିଗ । ଜାଗମରାରୁ ପ୍ରଭୁ ଅନନ୍ତକେଶରୀଙ୍କ ଯାତ୍ରା ଖଣ୍ଡଗିରିରେ ପହଞ୍ଚିବା  ପରେ ଆରମ୍ଭ ହେବ ମେଳା ।

{"id":84143}

ଏଥିପାଇଁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପକ୍ଷରେ ୧୪ ତାରିଖ ଠାରୁ ବିଭିନ୍ନ ପେଣ୍ଡାଲରେ ଆରମ୍ଭ ହେବ  ଅପେରା । ରାତିରେ ଜମିବ ଯାତ୍ରା । ଅପେରା ପାର୍ଟିଙ୍କ ଡାଇଲଗରେ କମ୍ପିବ ପୁରା ଖଣ୍ଡିଗିରି ଅଞ୍ଚଳ । ଏବେ ଠୁ ବିଭିନ୍ନ ସ୍ଥାନରେ ଲାଗିଲାଣି ବଡ ବଡ ହୋର୍ଡିଂ । ଚଳିତ ବର୍ଷ ୭ଟି ପେଣ୍ଡାଲରେ ୧୧ଟି ଦଳ ଯାତ୍ରା ପ୍ରଦର୍ଶନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.