ଖାନ ସାରଙ୍କ ଭିଡିଓ ଭାଇରାଲ୍, ସୁରେଶ-ଅବଦୁଲକୁ ନେଇ କହିଲେ ଏମିତି..., ଉଠିଲା ଗିରଫ ଦାବି

Published By : Prameya-News7 Bureau | December 05, 2022 IST

ପାଟନା: ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ପିଲାମାନେ ଖାନ ସାରଙ୍କୁ ବେଶ ଭଲ ଭାବେ ଜାଣିଥିବେ। ତାଙ୍କ ପଢାଇବା ଶୈଳୀକୁ ଲକ୍ଷ ଲକ୍ଷ ପିଲା ପସନ୍ଦ କରିଥାନ୍ତି। ତେବେ ସଂପ୍ରତି ବିବାଦରେ ଖାନ ସାର। ପାଟନାର ପ୍ରସିଦ୍ଧ ଖାନ ସାରଙ୍କ ଏକ ଭିଡିଓ ଭାଇରାଲ୍ ହୋଇଛି। ଯାହାକୁ ନେଇ ନୂତନ ବିବାଦ ଦେଖା ଦେଇଛି। ଏହାକୁ ନେଇ କଂଗ୍ରେସ ପାର୍ଟି ସକ୍ରିୟ ହୋଇ ଉଠିଛି। ଏପରିକି ପାର୍ଟି ଖାନ ସାରଙ୍କ ଗିରଫଦାରୀ ଦାବି କରିଛି। ସୁରେଶ ଏବଂ ଅବଦୁଲ ଶବ୍ଦ ବାରମ୍ବାର ଉଲ୍ଲେଖ କରି ପିଲାଙ୍କୁ ବୁଝାଉଥିବା ଖାନ ସାରଙ୍କ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

କଂଗ୍ରେସ ନେତା ସୁପ୍ରିୟ ଶ୍ରୀତେନ କହିଛନ୍ତି, ଏହା ଜଣେ ଅତି ନିଚ୍ଚ ଲୋକ ଏବଂ ନିଚ୍ଚ ଶବ୍ଦ ବ୍ୟବହାର କହୁଛନ୍ତି। ଏହାକୁ ଗିରଫ କରିବା ଉଚିତ୍। ନିଜେ ଯାହା କହୁଛନ୍ତି ତାହା ନିଜେ ଶୁଣିବା ଉଚିତ୍ ଯେ, ଆମେ କଣ ହେବାକୁ ଯାଉଛୁ ? ଲେଖକ ଅଶୋକ ପାଣ୍ଡେ ଟ୍ଵିଟ୍ କରିଛନ୍ତି, ଏହାକୁ ନିଚ୍ଚତାର ସୀମା କୁହାଯାଏ। ଏମିତି ଲୋକ ଶିକ୍ଷାକୁ ଧନ୍ଦାରେ ପରିଣତ କରି ସମାଜରେ ଘୃଣା ସୃଷ୍ଟି କରୁଛନ୍ତି। ଏହି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରିବା ଉଚିତ୍।

କଣ ରହିଛି ଭିଡିଓରେ

wp:html /wp:html

ଭିଡିଓରେ ଖାନ ସାର ଦ୍ଵନ୍ଦ୍ଵ ସମାଜ ବିଷୟରେ ପିଲାଙ୍କୁ ବୁଝାଉଛନ୍ତି। ସେ କହୁଛନ୍ତି ଯେ, କିଛି ସନ୍ଧି ଏମିତି ହୋଇଥାଏ ଯାହା ସମାସ ବିନା ଗୋଟିଏ ଜିନିଷର ଦୁଇଟି ଅର୍ଥ ରହିଥାଏ। ଏହାକୁ ଦ୍ଵନ୍ଦ୍ଵ ସମାସ କୁହାଯାଏ। ସୁରେଶ ଜାହାଜ ଉଡାଇଲା, ଅର୍ଥ ସୁରେଶ ଜାହାଜ ଉଡାଇଲା। ଏଥିରେ ଏବେ ନାମ ପରିବର୍ତ୍ତନ କରି ଦେବା। ଅବଦୁଲ ଜାହାଜ ଉଡାଇଲା।

ସେ କହିଛନ୍ତି ଶବ୍ଦ ଗୋଟିଏ, ମାତ୍ର ଏହାର ଅର୍ଥ ଭିନ୍ନ ହୋଇଯିବ। ସୁରେସ ଜାହାଜ ଉଡାଇବାର ଅର୍ଥ ସେ ଆକାଶରେ ବିମାନ ଉଡାଇଲେ। ଆଉ ଅବଦୁଲ ଜାହାଜ ଉଡାଇବା ଅର୍ଥ ଉସୁକାଇବା। ଲେଖକ ଅଶୋକ କୁମାର ପାଣ୍ଡେ ଟ୍ଵିଟ୍ କରି କହିଛନ୍ତି, ଏହାକୁ ନିମ୍ନତାର ସୀମା କୁହାଯାଏ। ଏହି ଲୋକେ ଶିକ୍ଷାକୁ ବ୍ୟବସାୟରେ ପରିଣତ କରିଛନ୍ତି। ଏହି ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.