scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍କଟଲାଣ୍ଡରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ; ଭାରତୀୟ ରାଷ୍ଟ୍ରଦୂତଙ୍କୁ ଛାଡ଼ିଲେନି ଗୁରୁଦ୍ବାର

30/09/2023 at 11:39 AM

ନୂଆଦିଲ୍ଲୀ: ବ୍ରିଟେନରେ ଖଲିସ୍ତାନୀ ସମର୍ଥକଙ୍କ ଉତ୍ପାତ । ଖଲିସ୍ତାନୀ ଉଗ୍ରବାଦୀ ସ୍କଟଲାଣ୍ଡରେ ଭାରତ ବିରୋଧରେ ନାରାବାଜି କରିଛନ୍ତି । ସ୍କଟଲାଣ୍ଡରେ ନିଯୁକ୍ତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ଦୋରଈସ୍ବାମୀଙ୍କୁ ଶୁକ୍ରବାର ଏକ ଗୁରୁଦ୍ବାରରେ ପ୍ରବେଶ କରିବାକୁ ଦେଇନାହାନ୍ତି ।  ଏମିତି ଦୋରଈସ୍ବାମୀଙ୍କୁ କାର୍‌ରୁ ଓହ୍ଲାଇବାକୁ ଦେଇନାହାନ୍ତି ଖଲିସ୍ତାନୀ ।

ଖଲିସ୍ତାନୀ ସମର୍ଥକଙ୍କ ଜଣେ ଶିଖ୍ କର୍ମକର୍ତ୍ତାଙ୍କ କହିବା ଅନୁଯାୟୀ, ସ୍କଟଲାଣ୍ଡର ଆଲବର୍ଟ ଡ୍ରାଇବ୍‌ରେ ଥିବା ଗ୍ଲାସଗୋ ଗୁରୁଦ୍ବାର କମିଟି ସହିତ ବିକ୍ରମ ଦୋରଈସ୍ବାମୀଙ୍କ ବୈଠକ ଥିଲା, ହେଲେ ଖଲିସ୍ତାନୀ ସମର୍ଥକ ଏହି ଖବର ଆଗୁଆ ପାଇଥିଲେ । ତେବେ ଭାରତୀୟ ରାଷ୍ଟ୍ରଦୂତ ଗୁରୁଦ୍ବାର ନିକଟରେ ପହଞ୍ଚିବା ପରେ ସେଠାରେ ଖଲିସ୍ତାନୀ ଉଗ୍ରବାଦୀ ନାରାବାଜି କରିବା ସହିତ ତାଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇନଥିଲେ ।

ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟାକୁ ନେଇ କାନାଡ଼ା ସହ ଭାରତର ସମ୍ପର୍କ ଖରାପ ହୋଇଛି । ନିଜ୍ଜର ହତ୍ୟା ପରେ ବ୍ରିଟିଶ୍ ଖଲିସ୍ତାନୀଙ୍କୁ ଟାର୍ଗେଟ୍ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ସେମାନେ ସ୍କଟଲାଣ୍ଡରେ ଗୁରୁଦ୍ୱାର ଯାଉଥିବା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଅକଟାଇଛନ୍ତି ।

ତେବେ ପ୍ରଥମଥର ପାଇଁ ବ୍ରିଟେନରେ ଖଲିସ୍ତାନୀ ସମର୍ଥକ ଏଭଳି ଉଦ୍ୟମ କରି ନାହାନ୍ତି । ଏହା ପୂର୍ବରୁ ଅନେକ ଥର ବ୍ରିଟିଶ ଖଲିସ୍ତାନୀଙ୍କ ଏଭଳି କାର୍ଯ୍ୟ ଦେଖିବାକୁ ମିଳିଛି । ଗତ ମାର୍ଚ୍ଚ ମାସରେ ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ହୋଇଥିଲା । ଖଲିସ୍ତାନୀ ସମର୍ଥକ ଭାରତର ଦୂତାବାସରୁ ତ୍ରିରଙ୍ଗା କାଢ଼ି ଦେଇ ଖଲିସ୍ତାନୀ ପତାକା ଲଗାଇବାକୁ ଉଦ୍ୟମ କରିଥିଲେ । 

   Related Posts