ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରାଜଧାନୀ; କେତେବେଳେ ବି ହୋଇପାରେ ଆକ୍ରମଣ

29/01/2023 at 4:51 PM

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଆକ୍ରମଣ କରିପାରନ୍ତି ଖଲିସ୍ତାନୀ ଆତଙ୍କବାଦୀ। ପଶ୍ଚିମ ଦିଲ୍ଲୀରେ କେତେକ ଅଞ୍ଚଳରେ ଏହି ଆତଙ୍କୀ ସଂଗଠନର କେତେକ ଗ୍ରୁପ୍ ସକ୍ରିୟ ଅଛନ୍ତି। କେତେବେଳେ ବି ଆକ୍ରମଣ ହୋଇପାରେ ବୋଲି ଚେତାଇଲା ଗଇନ୍ଦା ସଂସ୍ଥା। ଆତଙ୍କୀ ଆକ୍ରମଣ ନେଇ ଚେତାବନୀ ମିଳିବା ପରେ ସତର୍କ ହୋଇଯାଇଛି. ଦିଲ୍ଲୀ ପୁଲିସ। ଉକ୍ତ ଏରିଆ ଗୁଡ଼ିକରେ ପେଟ୍ରୋଲିଂ ବଢାଇ ଦେଇଛି ପୁଲିସ୍।

ନିକଟରେ ପଶ୍ଚିମ ଦିଲ୍ଲୀର କେତେକ ଅଞ୍ଚଳରେ କାନ୍ଥବାଡ଼ରେ ଖଲିସ୍ତାନ ସମର୍ଥିତ ଚିତ୍ର ଅଙ୍କା ଯିବା ସହ ସ୍ଲୋଗାନ ଲେଖାଯାଇଥିଲା। ଖବର ପାଇ ଦିଲ୍ଲୀ ପୁଲିସ ଏସବୁକୁ ଲିଭାଇ ଦେବା ସହିତ ନୂଆ କରି ରଙ୍ଗ ଦେଇଥିଲା। ସେହିପରି ଜାନୁଆରୀ ୧୨ ତାରିଖରେ ଖଲିସ୍ତାନ ସମର୍ଥନରେ ପୋଷ୍ଟର ଲଗାଉଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା।

ପଶ୍ଚିମ ଦିଲ୍ଲୀର ବିକାଶପୁରୀ, ଜନକପୁରୀ, ପଶ୍ଚିମ ବିହାର, ପୀରାଡ଼ି ଏବଂ ଅନ୍ୟ କିଛି ସ୍ଥାନରେ ଖଲିସ୍ତାନରେ ସମର୍ଥନରେ କାନ୍ଥବାଡ଼ରେ ଚିତ୍ର ଅଙ୍କାଯାଇଥିଲା। ଏହି ସବୁସ୍ଥାନରେ ସଂଗଠନ ସକ୍ରିୟ ରହିଥିବା ବେଳେ ଏହି ସ୍ଥାନଗୁଡ଼ିକ ଆତଙ୍କୀ ଷଡ଼ୟନ୍ତ୍ରର ଶିକାର ହୋଇପାରନ୍ତି ବୋଲି ଗୁଇନ୍ଦା ସଂସ୍ଥା କହିଛି।  

ତେବେ ଗିରଫ ହୋଇଥିବା ଖଲିସ୍ଥାନୀ ସମର୍ଥକ ପୁଲିସ ସାମ୍ନାରେ ଷଡ଼ଯନ୍ତ୍ରର ଖୁଲାସା କରିଛି। ସଂଗଠନରେ ଯୁବକଙ୍କୁ ଭର୍ତ୍ତି କରିବା ପାଇଁ ତାଙ୍କୁ ପାଣ୍ଠି ଯୋଗାଯାଉଥିଲା ବୋଲି ସେ କହିଛି। ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି। ଏହି ଘଟଣାରେ ଆଇପିସ ଧାରା ୧୫୩-ବି ଓ ୧୨୦ –ବି ଲଗାଯାଇଛି। ତେବେ ଗୁଇନ୍ଦା ସୂଚନା ମିଳିବା ପରେ ପଶ୍ଚିମ ଦିଲ୍ଲୀରେ ଉକ୍ତ ଅଞ୍ଚଳୁଡ଼ିକରେ ପୁଲିସ ପେଟ୍ରୋଲିଂ ବଢ଼ାଇ ଦିଆଯାଇଛି।

   Related Posts