scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଜେଲରେ ଖାଲିସ୍ତାନ ସମର୍ଥକ ଅମୃତପାଲ ସିଂହର ଅନଶନ, ସାଥ ଦେଉଛନ୍ତି ଅନ୍ୟ ବନ୍ଦୀ  

3/10/2023 at 9:47 PM

ଦିବ୍ରୁଗଡ ୩।୧୦: ନିଜକୁ ଶିଖ ଧାର୍ମିକ ଉପଦେଶକ କହୁଥିବା ଖାଲିସ୍ତାନ ସମର୍ଥକ ଅମୃତ ପାଲ ସିଂହ ୯ ଜଣ ସାଥୀ ବନ୍ଦୀଙ୍କ ସହିତ ଆସାମ ଦିବ୍ରୁଗଡ ଜେଲରେ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଅନଶନ ଆରମ୍ଭ କରିଛି। ସେମାନେ ଜେଲ ପରିସର ଭିତରକୁ ସେମାନଙ୍କ ମନୋନୀତ ଓକିଲଙ୍କ ପହଞ୍ଚ ଉପରେ କଥିତ କଟକଣାକୁ ନେଇ ଏହି ଅନଶନ ଆରମ୍ଭ କରିଛନ୍ତି। ସେପଟେ ଜେଲ ବାହାରେ ଅମୃତପାଲର ପତ୍ନୀ କିରଣଦୀପ କୌର ତାଙ୍କ ସ୍ୱାମୀ ଓ ଜାତୀୟ ସୁରକ୍ଷା ଅଧିନିୟମ( ଏନଏସଏ)ରେ ଗିରଫ ଅନ୍ୟ ବନ୍ଦୀଙ୍କ ସମର୍ଥନରେ ଅନଶନ ଆରମ୍ଭ କରିଛି।

କିରଣଦୀପ ସୂଚନା ଅନୁସାରେ ତାଙ୍କ ସ୍ୱାମୀ ଓ ଅନ୍ୟ ୯ ବନ୍ଦୀ ସେମାନଙ୍କ ଓକିଲ ରାଜଦେବ ସିଂହଙ୍କୁ କଥିତ ରୂପେ ଭେଟିବା ପାଇଁ ଅନୁମତି ଦିଆ ନଯିବାରୁ ସେମାନେ ଏହି ଅନଶନ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ସେପ୍ଟେମ୍ବର ୨୮ ତାରିଖ ଦିନ ବନ୍ଦୀମାନେ ଦିବ୍ରୁଗଡ଼ ଜେଲ ଅଧିକ୍ଷକଙ୍କୁ ପତ୍ର ଲେଖି ରାଜଦେବଙ୍କ ଜେଲକୁ ଆସିବାରେ କଥିରୂପେ ଅମୃତସର ଡିସିପି ବାଧା ଦେଉଥିବାରୁ ବନ୍ଦୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।  ତେବେ ଡିସିପି ଅମୃତ ତଲୱାର ସ୍ପଷ୍ଟ କରିଦେଇଛନ୍ତି ଯେ ବନ୍ଦୀ ଆଦେଶ ଅନୁସାରେ ବନ୍ଦୀମାନଙ୍କୁ ନିଜ ପସନ୍ଦର ଓକିଲଙ୍କୁ ଭେଟିବା ପାଇଁ ଅନୁମତି  ରହିଛି।

ତେବେ ଏ ନେଇ ମାର୍ଗଦର୍ଶନ ଓ ସ୍ପଷ୍ଟିକରଣ ଲାଗି ମାମଲା ଗୃହ ସଚିବଙ୍କ ନିକଟକୁ ପଠାଯାଇଛି। ଏହାର ଜବାବରେ କିରଣଦୀପ ଏହି କଥା ଉପରେ ଜୋର ଦେଇଛନ୍ତିଯେ ଅମୃତ ପାଲଙ୍କୁ ତାଙ୍କ ଓକିଲଙ୍କ ସମ୍ପର୍କରେ ନିଷ୍ପତ୍ତି ନେବାର ସମ୍ପୂର୍ଣ୍ଣ ଅଧିକାର ରହିଛି। ତେବେ ପାଞ୍ଚ ଦିନ ପର୍ଯ୍ୟନ୍ତ ପ୍ରସଙ୍ଗରେ କୌଣସି ସମାଧାନ ହୋଇନଥିବାରୁ ଅମୃତପାଲ ଅନ୍ୟ ବନ୍ଦୀଙ୍କ ସହ ମିଶି ଅନିଶ୍ଚିତ କାଳୀନ ଅନଶନ ଆରମ୍ଭ କରିଥିବା କହିଛନ୍ତି।

   Related Posts