ହଜିଗଲା ମାନବିକତା, ଶୀତ କାକରରେ ବୃଦ୍ଧ ମାଙ୍କୁ ଘରୁ ତଡିଦେଲେ ପୁଅ ଓ ବୋହୂ
29/12/2022 at 1:32 PM

ଖଲ୍ଲିକୋଟ ୨୯।୧୨ : ହଜିଗଲା ମାନବିକତା । ଅଲୋଡା ହେଲା ମା । ଶୀତ କାକରରେ ଘରୁ ତଡିଦେଲେ ପୁଅ ଓ ବୋହୂ । ପରେ ଗ୍ରାମବାସୀମାନେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ପାଲିଆ ଛତ୍ରପୁର ଗାଁରୁ ଆସିଛି ଏପରି ହୃଦୟ ବିଦାରକ ଦୃଶ୍ୟ ।
ଛତ୍ରପୁର ଗାଁର ଏସ.ସିତାମ୍ମା ବୟସ ୭୦, ସ୍ୱାମୀ ଆର ପାରିରେ । ଦୁଇ ପୁଅ ଥିବା ବେଳେ ବଡ ପୁଅ ଏସ୍.ଭାଗିରଥି ଓ ସାନ ଏସ୍.ଚିଟି । ସାନ ପୁଅ ବାହାରେ ରହୁଥିବା ବେଳେ ଘରେ ବଡ ପୁଅ ଓ ବୋହୂ ରୁହନ୍ତି । ସବୁବେଳେ ମାକୁ ନିର୍ଯ୍ୟାତନ ଦେଇଆସୁଥିଲେ । ଦୀର୍ଘ ୨ ବର୍ଷ ହେଲା ଏପରି ଚାଲିଥିଲା । ପରେ ଗାଁରେ ପୋଲିସ ଉପସ୍ଥିତିରେ ଏକ ବୈଠକ ହୋଇଥିଲା । ଏଥିରେ ଏହି ସମସ୍ତ ଘଟଣାର ସମାଧାନ ହୋଇଥିଲା । କିନ୍ତୁ କିଛି ଫରକ ପଡିନଥିଲା ।
ଶେଷରେ ବୁଧବାର ଦିନ ରାତିରେ ଶୀତ କାକରରେ ମାଙ୍କୁ ପୁଅ ଓ ବୋହୂ ମିଶି ଘରୁ ତଡିଦେଇଥିଲେ । ତାଙ୍କୁ ଘରୁ ବାହାର କରିଦେଲେ । ଶେଷରେ ରାତି ସାରା ଶୀତ କାକରରେ ଘର ବାରଣ୍ଡାରେ ପଡିରହିଥିଲେ । ଏପିରିକି ପାଖରେ ଥିବା ଅତ୍ୟଧିକ ଔଷଧ ଖାଇ ମରିବା ପାଇଁ ପ୍ରୟାସ ମଧ୍ୟ କରିଥିଲେ । ଶେଷରେ ଗ୍ରାମବାସୀ ଓ ବଜରଙ୍ଗୀ ଦଳର ସହାୟତାରେ ବୃଦ୍ଧ ମାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପୁଅକୁ ଉଚିତ ଦଣ୍ଡ ଦେବାକୁ ସାଧାରଣରେ ଦାବି ଉଠିଛି ।