ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ଅବୈଧ ଆଶାରୁ ହିତାହିତ ଜ୍ଞାନ ହରାଇଲେ ହୋମଗାର୍ଡ, ବିଧବା ମହିଳାଙ୍କ ଭୁଜାଲି ଚୋଟ ଭୟରେ ଓହ୍ଲାଇଗଲା ଦୁଷ୍କର୍ମ ଉଦ୍ୟମ ଆଶା, ଜୋତା-ଗାଡି ଛାଡି ଗାଏବ

27/09/2022 at 3:08 PM

ଖଇରା ୨୭।୦୯: ଖାକିରେ କଳଙ୍କ । ହୋମଗାର୍ଡଙ୍କ ବିରୋଧରେ ଆସିଛି ଅଭିଯୋଗ । ବିଧବାଙ୍କ ଘରେ ପଶି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆସିଛି । ବିଧବା ଜଣକ ପାଖରେ ଥିବା ଏକ ଭୁଜାଲି ଧରି ଆକ୍ରମଣ କରିବାରୁ , ଭୟରେ ଅଭିଯୁକ୍ତ ହୋମଗାର୍ଡ ତାଙ୍କୁ ଛାଡ଼ି ଚମ୍ପଟ ମାରିଛନ୍ତି । ହେଲେ ନିଜ ଜୋତା, ପୋଷାକ ଓ ବାଇକ ଛାଡ଼ି ପଳାଇଥିବାରୁ ଘଟଣାଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା କଇଥଗଡ଼ିଆ ଅଞ୍ଚଳରୁ ଆସିଛି ଏପରି ଘଟଣା। ଏନେଇ ପୀଡ଼ିତା ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କ ସ୍ୱାମୀ ବଞ୍ଚିଥିବା ବେଳର ଘଟଣା । ଜମିଜମା ବିବାଦକୁ ନେଇ ଖଇରା ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ନୟାଖଣ୍ଡି ଗାଁର ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ସରକାରୀ ମାପ କରିବା ପାଇଁ ତାଙ୍କ ସ୍ୱାମୀ ଆଲୋଚନା କରିଥିଲେ । ଏନେଇ ପୂର୍ବରୁ ମହିଳାଙ୍କ ଘରକୁ ଆସିଥିଲେ ପୂର୍ଣ୍ଣଚନ୍ଦ୍ର । ଅଢ଼େଇ ମାସ ତଳେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ସେବେଠାରୁ ମହିଳା ଜଣକ ଘରେ ଏକୁଟିଆ ରହୁଛନ୍ତି । ସୋମବାର ଅପରାହ୍ଣରେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଘରକୁ ଆସିଥିଲେ । ମହିଳାଙ୍କ ଭତ୍ତା ଫର୍ମ ଭୁଲ ଥିବା କହିବା ସହିତ ଫର୍ମ ଆଣିବା ପାଇଁ କହିଥିଲେ । ମହିଳା ଜଣକ ଘର ଭିତରକୁ ଫର୍ମ ଆଣିବା ପାଇଁ ଯିବା ବେଳେ ହୋମଗାର୍ଡ ଘର ଭିତରକୁ ପଶି କବାଟ ବନ୍ଦ କରିଥିଲେ । ପରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ସେ ପାଟି କରିବାରୁ ତଣ୍ଟି ଚିପି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । କୌଶଳ କ୍ରମେ ପାଖରେ ଥିବା ଏକ ଭୁଜାଲିି ଧରି ପୂର୍ଣ୍ଣଚନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ ମହିଳା । ମହିଳାଙ୍କ ଉଗ୍ର ରୂପ ଦେଖି ଭୟରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଖସି ପଳାଇଥିଲେ । ହେଲେ ମହିଳାଙ୍କ ଘରେ ହୋମଗାର୍ଡଙ୍କ ଫୁଲ ପ୍ୟାଣ୍ଟ, ଜୋତା ଏବଂ ବାଇକ ରହିଯାଇଥିଲା। ଏନେଇ ମହିଳା ଜଣକ ଖଇରା ଥାନାରେ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ରଙ୍କ ବୋହୂ ରୀତାରାଣୀ ଦାସ ପାଲଟା ଅଭିଯୋଗ ଆଣିଛନ୍ତି । ଉକ୍ତ ମହିଳା ଜଣକ ତାଙ୍କ ଝିଅ ବିହାଘର ସମୟରେ ଶଶୂର ପୂର୍ଣ୍ଣଚନ୍ଦ୍ରଙ୍କଠାରୁ ୨୦ହଜାର ଟଙ୍କା ଧାର ନେଇଥିଲେ । ଉକ୍ତ ଟଙ୍କା ଦେବା ନେଇ ପୂର୍ଣ୍ଣଚନ୍ଦ୍ରଙ୍କୁ ଡାକିଥିଲେ ମହିଳା । ଟଙ୍କା ନଦେଇ ଶ୍ୱଶୁରଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ବାଇକ, ଫୁଲ ପ୍ୟାଣ୍ଟ ଓ ଜୋତା ଜବରଦସ୍ତି ରଖିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଖଇରା ପୁଲିସ ଘଟଣାର ତଦନ୍ତ କରିବା ସହ ମହିଳାଙ୍କ ଘରୁ ହୋମଗାର୍ଡଙ୍କ ବାଇକ୍‌, ଫୁଲ ପ୍ୟାଣ୍ଟ ଓ ଜୋତା ଜବତ କରିଛି । ଖବର ଲେଖାଯିବା ପର୍ଯ୍ୟନ୍ତ ହୋମଗାର୍ଡ ପୂର୍ଣ୍ଣଚନ୍ଦ୍ର ଦାସଙ୍କ କୌଣସି ଖବର ମିଳିନାହିଁ ।

   Related Posts