ଖଇଙ୍ଗା ମାଛର ହବ୍ ପାଲଟିଛି ଚିଲିକା, ଶୁଖୁଆକୁ ନେଇ ବଢ଼ୁଛି ଡିମାଣ୍ଡ

Published By : Prameya-News7 Bureau | December 02, 2022 IST

ଖୋର୍ଦ୍ଧା ୦୨/୧୨: ରାଜ୍ୟରେ ଜଳ ସମ୍ପଦ ଅଭାବ ନାହିଁ । ଏଠାରେ ଭିନ୍ନ ସ୍ଥାନରେ ମଧୁର ଜଳ ଓ ଖାରି ପାଣିରେ ମାଛଚାଷ ହୋଇଆସୁଛି । ତନ୍ମଧ୍ୟରୁ ଏସିଆ ମହାଦେଶର ସର୍ବବୃହତ ହ୍ରଦ ଚିଲିକା ହେଇଛି ଅନ୍ୟତମ । ତେବେ ଏହାର ଖାରିପାଣି ହେତୁ ବହୁ ପ୍ରଜାତି ମାଛ ଏବଂ ଜଳଜୀବଙ୍କ ପାଇଁ ଏକ ଅନୁକୂଳ ପରିବେଶ । ତେବେ ମଧୁର ଜଳରେ ଖଇଙ୍ଗା ମାଛ ଜାଆଁଳା ଓ ଉତ୍ପାଦନ ହୋଇନଥିବା ବେଳେ ଚିଲିକା ହ୍ରଦ ହୋଇଛି ଖଇଙ୍ଗା ମାଛ ହବ ଭାବେ ପରିଚିତ ।

ଓଡ଼ିଶାରେ ମଧ୍ୟ ଶୁଖୁଆ ଚାହିଦା ରହିଛି। ତେବେ ପୂର୍ବରୁ ମାଛ ଓ ଶୁକୁଆର ପେଣ୍ଠସ୍ଥଳୀ କୁହାଯାଉଥିବା ଚିଲିକାରେ ଏବେ ଖଇଙ୍ଗା ଶୁକୁଆର ବେସ୍ ଚାହିଦା ରହିଛି । କେବଳ ଶୁଖୁଆ ନୁହେଁ ବରଂ ମାଛକୁ ମଧ୍ୟ ଲୋକେ ପସନ୍ଦ କରୁଛନ୍ତି। ତେବେ ମଧୁର ଜଳରେ ଖଇଙ୍ଗା ମାଛ ଜାଆଁଳା ଓ ଉତ୍ପାଦନ ହୋଇନଥିବା ବେଳେ ଚିଲିକା ହ୍ରଦ ହୋଇଛି ଖଙ୍ଗା ମାଛ ହବ।

wp:gallery {"linkTo":"none"} /wp:gallery

ଖୋର୍ଦ୍ଧା ଜିଲ୍ଲା ମାଛ ସମ୍ପଦ ବିଭାଗ ଅଧିକାରୀ ଶସାଙ୍ଗ ସାହୁ ସୂଚନା ଅନୁଯାୟୀ ଚିଲିକା ହ୍ରଦରେ ପାଞ୍ଚ ଖଙ୍ଗା ମାଛ ଉତ୍ପାଦନ ହେଉଥାଏ, ସେହିପରି ପ୍ରତି ମାସରେ ଅତି କାମରେ ୧୬ ମେଟ୍ରିକ୍ ଟନ୍ଏ୍ ପ୍ରକାର ମାଛ ଅମଳ ହୋଇଥାଏ, ଏହାକୁ ଧରିବା ପରେ ଏଠାକାର ମାଛ ଚାଷୀ କିଲୋ ପ୍ରତି ୪ଶହ ଟଙ୍କା ଅଧିକ ଟଙ୍କା ବିକ୍ରି କରି ଥାଆନ୍ତି । ମୁଖ୍ୟତ ଏ ପ୍ରକାର ମାଛ ଚିଲିକା ହ୍ରଦ ଉପକୂଳ ଅଞ୍ଚଳ ବାଲୁଙ୍ଗା, ସାତପଡା, କାକୁପଡା, ସୋରଣ ଅଞ୍ଚଲ ବହୁଳ ପରିମାଣରେ ବିକ୍ରୀ ହେବା ଦେଖିବାକୁ ମିଳୁଛି ।

ଖାଲି ମାଛ ନୁହେଁ ବରଂ ଏକାକୁ ଶୁଖୁଆ କରି ଏଠାରେ ମାଛ ଧରାଳି ମାନେ ପ୍ରତ୍ୟେକ ଦିନ ସକାଳେ ପସାର ମେଲାଇ ବସିବା ଦେଖା ଯାଉଛି। ବେପାରୀଙ ଠାରୁ, ଖଙ୍ଗା ମାଛ ନେବାକୁ ସ୍ଥାନୀୟ ଲୋକମାନେ ବେଶ୍ ଭିଡ ଜମାଇବା ଦେଖାଯାଇଛି। ମାତ୍ର ଏହାର ମୂଲ୍ୟ ଯିଏ ଶୁଣୁଛି ତାର ହୋସ୍ ଉଡ଼ିଯାଉଛି, ମାଛ ଠାରୁ ମଞ୍ଜି ଦାମ ୪ ଗୁଣ ଅଧିକ ଟଙ୍କା ହେବା ଫଳରେ ସ୍ଥାନୀୟ ଲୋକମାନେ ମଞ୍ଜି ନେଉନଥିବା ବ୍ୟବସାୟୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.