oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମହଙ୍ଗା ହେବ ଖାଇବା ତେଲ, ବିଶ୍ୱ ବଜାରରେ ପ୍ରଭାବ ପକାଇବ ରୁଷ ବିରୋଧରେ ଲାଗିଥିବା କଟକଣା

27/02/2022 at 2:35 PM

ନୂଆଦିଲ୍ଲୀ ୨୭/୦୨: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଉଭୟ ଦେଶ ଗହମ ଓ ମକା ରପ୍ତାନିରେ ସମଗ୍ର ବିଶ୍ୱରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସୂର୍ଯ୍ୟମୁଖୀ ଉତ୍ପାଦ ରପ୍ତାନିରେ ଏହି ଦୁଇ ଦେଶର ମିଳିତ ଯୋଗଦାନ ୫୦% ରହିଛି । ଏଭଳି କ୍ଷେତ୍ରରେ ଆଗକୁ ଦେଶରେ ଖାଇବା ତେଲ ଦର ପୁଣି ବଢ଼ିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ।

ରୁଷ ଉପରେ କଟକଣା ଫଳରେ ବିଶ୍ୱ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇପାରେ । ବିଭିନ୍ନ ସାମଗ୍ରୀ ଦର ବଢ଼ିବା ସହିତ ଦରବୃଦ୍ଧି ସମସ୍ୟା ଆହୁରି ତେଜିପାରେ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

ସେହିପରି, ମାସକ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୨୧% ବୃଦ୍ଧି ପାଇଲାଣି । ରୁଷ-ୟୁକ୍ରେନ ସଂକଟ ମଧ୍ୟରେ ବ୍ୟାରେଲ ପିଛା ଏହା ୧୦୫ ଡଲାର ଛୁଇଁଛି । ଏଭଳି କ୍ଷେତ୍ରରେ ଭାରତ ସରକାର ସମସ୍ୟା ମଧ୍ୟକୁ ଆସିପାରନ୍ତି । କେନ୍ଦ୍ରର ବିତ୍ତୀୟ ଗଣିତ ବିଗିଡିପାରେ । ତୈଳ ଦର ବୃଦ୍ଧି ପ୍ରଭାବରୁ ଖାଉଟିଙ୍କୁ ଆଶ୍ୱସ୍ତି ଦେବା ପାଇଁ ଉତ୍ପାଦ ଶୁଳ୍କ କମାଇପାରନ୍ତି ସରକାର । ଫଳରେ ୨୦୨୨-୨୩ ଆର୍ଥିକବର୍ଷରେ କେନ୍ଦ୍ରର ରାଜକୋଷ ୧ ଲକ୍ଷ କୋଟି ଟଙ୍କା ସଙ୍କୁଚିତ ହୋଇପାରେ ବୋଲି ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ(ଏସ୍‌ବିଆଇ) ପକ୍ଷରୁ ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାପଡ଼ିଛି ।

ସୂଚନାଯୋଗ୍ୟ, ତୈଳ ଦରରେ ବଡ଼ ମାତ୍ରାରେ ବୃଦ୍ଧି ସତ୍ତେ୍ୱ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଗତ ନଭେମ୍ବରରୁ ଏହା ବଦଳିନାହିଁ । ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ଏହା ଉପରେ ବ୍ରେକ୍‌ ଲାଗିଛି । କିନ୍ତୁ ଥରେ ନିର୍ବାଚନ ଶେଷ ହେବା ପରେ ଦର ବଢ଼ିଚାଲିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।

   Related Posts