ଭୁବନେଶ୍ୱର ୦୬/୦୧: ବ୍ଲାକମେଲର କୁଇନ ଅର୍ଚ୍ଚନା ନାଗ୍ ଗିରଫ ମାମଲା । ଇଡିରେ ହାଜର ହେଲେ ଅର୍ଚ୍ଚନା ଓ ଖଗେଶ୍ବରଙ୍କ ଚାଟାର୍ଡ ଆକାଉଣ୍ଟାଣ୍ଟ । ଅର୍ଚ୍ଚନାଙ୍କ ଘରେ ଲାଗିଥିବା ଆସବାବପତ୍ର ବାବଦରେ ଜେରା କରିବ ଇଡି । ଜିନିଷ ସବୁ କେଉଁଠୁ କିଣାଯାଇଥିଲା ଓ ଏଥିପାଇଁ କେତେ ଅର୍ଥ ଲାଗିଥିଲା ସେନେଇ ପଚରାଉଚୁରା କରାଯାଇପାରେ ।
ସେପଟେ ଇଡିରେ ହାଜର ହୋଇଛନ୍ତି ଖଗେଶ୍ୱରଙ୍କ ପତ୍ନୀ । ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ସମ୍ପତ୍ତିର ତାଲିକା ନେଇ ପଚରାଉଚୁରା କରିବ ଇଡି ।
ସୂଚନା ଥାଉକି, ଗୁରୁବାରଠାରୁ ଆରମ୍ଭ ହୋଇଛି ଅର୍ଚ୍ଚନାଙ୍କ ସମ୍ପତ୍ତି ବାଜ୍ୟାପ୍ତି ପ୍ରକ୍ରିୟା । ଗତକାଲି ଇଡିର ଏକ ଟିମ୍ ଯାଇ ସତ୍ୟବିହାର ସ୍ଥିତ ଘରେ ଅର୍ଚ୍ଚନା ଘର ଓ ଜମି ମପାଚୁପା କରିଥିଲା । ଏହାସହ ଘର ମୂଲ୍ୟ ଆକଳନ କରାଯାଇଥିଲା । ଅର୍ଚ୍ଚନା ଘର ଓ ଜବତ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଇଡି କୋର୍ଟକୁ ଲେଖିଛି । ଆସନ୍ତା ୧୩ ତାରିଖରେ କୋର୍ଟରେ ଏ ବାବଦରେ ଶୁଣାଣି ହେବ ।