ନବୀନଙ୍କ ସହ ଗୋଟିଏ ସେଲଫି ପାଇଁ ଅଟକିଛି ବାହାଘର, ଦୁଇମାସ ହେଲା ଚାକିରୀ ଛାଡି ଖଗେଶ୍ୱର ଗାଇ ବୁଲୁଛନ୍ତି ନବୀନ ଚାଳିଶା

Published By : Prameya-News7 Bureau | December 22, 2018 IST

ନବୀନଙ୍କ ସହ ସେଲଫି ନନେବା ପର୍ଯ୍ୟନ୍ତ ବାହା ହେବାର ନାହିଁ | ନବୀନଙ୍କ ସହ ସେଲଫି ଟିଏ ପାଇଁ ୨ ମାସ ହେଲା ଚାକିରୀ ଛାଡି ଦେହରେ ବିଜେଡି ପତାକା ଗୁଡେଇ ହୋଇ ଭୁବନେଶ୍ୱର ରାଜରାସ୍ତାରେ ଖଗେଶ୍ୱର ଗାଇ ବୁଲୁଚି ନବୀନ ଚାଳିଶା | ଯେଉଁଠି ଯେଉଁଠି ନବୀନଙ୍କ କାର୍ଯ୍ୟକ୍ରମ ହେଉଛି ସେଠି ପହଂଚି ଯାଉଛନ୍ତି ଖଗେଶ୍ୱର | ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ହେଉ କି ମେକ ଇନ ଓଡିଶା କନକ୍ଳେଭ ସବୁଠି ଦେଖିବାକୁ ମିଳୁଛି ଖଗେଶ୍ୱରଙ୍କୁ | ଏକମାତ୍ର ଲକ୍ଷ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ମାତ୍ରା ଗୋଟିଏ ସେଲଫି | ସେଥିପାଇଁ ସେ ପ୍ରାୟ ସବୁ ମନ୍ତ୍ରୀ ଓ ବିଧାୟକଙ୍କୁ ଭେଟି ନିଜର ଇଛା ପ୍ରକାଶ କରିସାରିଲେଣି | କିନ୍ତୁ ନବୀନଙ୍କ ସହ ସେଲଫି ନେବା ସମ୍ଭବ ହୋଇପାରୁନି | ତେବେ ଆଶା କିନ୍ତୁ ମଉଳିନି | ଧାର୍ଯ୍ୟ ତୁଟିନି | ବରଂ ଇଛା ଅଧିକ ତୀବ୍ର ହୋଇଛି | ନବୀନଙ୍କ ଭଲ କାମର ଗୁଣଗାନ କରି ଲେଖିଛନ୍ତି ନବୀନ ଚାଳିଶା | ରାସ୍ତା ଘାଟରେ ବୁଲି ଶୁଣାଉଛନ୍ତି ଲୋକଙ୍କୁ | ଅସମ୍ଭବ ପାଗଳାମୀ ନବୀନଙ୍କ ପାଇଁ ଖଗେଶ୍ୱରଙ୍କ |

{"id":66298,"width":571,"height":761}


ଆଜି ନ୍ୟୁଜ ୭ରେ ସାମ୍ବାଦିକ କିଶନ ବରେଇ ଲୋୟର ପିଏମଜିରେ ବୁଲୁଥିବାବେଳେ ବିଚିତ୍ର ପୋଷାକ ଏବଂ ଅଜବ ଖିଆଲର ମଣିଷ ଖଗେଶ୍ୱରଙ୍କୁ ଆବିଷ୍କାର କରିଥିଲେ | ସାମ୍ବାଦିକ ସୁଲଭ ଶୈଳୀରେ ଖଗେଶ୍ୱରଙ୍କ ସମ୍ପର୍କରେ ସେ ସଂଗ୍ରହ କରିଥିବା ତଥ୍ୟ ହେଲା :


ଖଗେଶ୍ୱରଙ୍କ ବୟସ ପାଖାପାଖି ୩୪ ବର୍ଷ | ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ବରେହିପାଲିରେ ତାଙ୍କ ଗାଁ | ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ସେଲ୍ସ ମ୍ୟାନ ଭାବେ କାମ କରୁଥିଲେ | ବିବାହ ବୟସ ହୋଇଥିବାରୁ ବାପା ଝିଅ ମଧ୍ୟ ଠିକ କରିସାରିଲେଣି | ତେବେ ଗତ ୧୯ ବର୍ଷ ମଧ୍ୟରେ ନବୀନ ପଟ୍ଟନାୟକ କରି ଆସିଥିବା କାମ ତାଙ୍କୁ ବେଶ ପ୍ରଭାବିତ କରୁଥିଲା | ନିଜେ କୌଣସି ଯୋଜନାର ସୁଫଳ ନେଇନଥିଲେ ମଧ୍ୟ ପାଖ ପଡୋଶୀ ଲୋକ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ଦେଖି ପ୍ରଭାବିତ ହୋଇଥିଲେ | କେବଳ ସେତିକି ନୁହେଁ ନବୀନଙ୍କ ବ୍ୟକ୍ତିତ୍ୱ ମଧ୍ୟ ବେଶ ଆକର୍ଷିତ କରିଥିଲା ଖଗେଶ୍ୱରଙ୍କୁ ଖଗେଶ୍ୱର କୁହନ୍ତି ନବୀନଙ୍କ କାମ କହିବା ଓ କାହାକୁ ଅପେକ୍ଷା ନକରିବା ଗୁଣ ତାଙ୍କୁ ସବୁଠୁ ଅଧିକ ଭଲ ଲାଗେ | ଧୀରେ ଧୀରେ ନବୀନଙ୍କର ସେ ଭକ୍ତ ପାଲଟିବାକୁ ଲାଗିଲେ | ନବୀନଙ୍କ ସହ ଗୋଟିଏ ସେଲଫି ନେବାର ଇଛା ତାଙ୍କୁ ଅଥୟ କରିଲା |

{"id":66305}


ଯେଉଁଠି ନବୀନଙ୍କ ସଭା ହେଲା ସେଠାରେ ଯାଇ ପହଁଚୁଥିଲେ ଖଗେଶ୍ୱର | କିନ୍ତୁ କଡା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ପହଞ୍ଚିପାରୁନଥିଲେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ | ଶେଷରେ ୨ ମାସ ତଳେ ସେ ଚାକିରୀ ଛାଡିଦେଲେ | ନବୀନଙ୍କୁ ଆକର୍ଷିତ କରିବା ପାଇଁ ବିଜେଡି ପତାକାକୁ ନିଜ ଦେହରେ ଗୁଡେଇ ବୁଲିବାକୁ ଲାଗିଲେ | ବାପା ବାହାଘର କଥା କହିଲେ ସେ କୁହନ୍ତି- ପ୍ରଥମେ ନବୀନଙ୍କ ସେଲଫି ନେବା ସ୍ବପ୍ନ ପୂରଣ ହେଉ ତ'ପରେ ଯାଇ ବାହାଘର ହେବ | ଏହା ପରେ ପରେ ସେ ଘର ମଧ୍ୟ ଛାଡି ଭୁବନେଶ୍ୱର ଆସିଗଲେ | ଏବେ ରାଜଧାନୀର ବିଭିନ୍ନ ରାସ୍ତାରେ ତାଙ୍କୁ ଦେଖିବାକୁ ମିଳୁଛି | କେବଳ ସେତିକି ନୁହେଁ ଗତ ୧୯ ବର୍ଷ ମଧ୍ୟରେ ନବୀନ ଯେଉଁ ଯେଉଁ ସବୁ ଭଲ କାମ କରିଛନ୍ତି ତାକୁ ଗୀତ ଆକାରରେ ଭଣତି କରି ନବୀନ ଚାଳିଶା ବୋଲି ନାଁ ଦେଇଛନ୍ତି | ଏହି ନବୀନ ଚାଳିଶାକୁ ଆବୃତ୍ତି କରି ଲୋକଙ୍କୁ ଶୁଣାଉଛନ୍ତି |
ନବୀନଙ୍କ ସହ ଗୋଟିଏ ସେଲଫି ନେଲେ ଜୀବନ କୁତାର୍ଥ ହୋଇଯିବା ବୋଲି କୁହନ୍ତି ଖଗେଶ୍ୱର ଦେହେରି | ସେଥିପାଇଁ ବିଭିନ୍ନ ରାଜନେତା, ମନ୍ତ୍ରୀ, ବିଧାୟକଙ୍କ ପାଖରେ ମଧ୍ୟ ପହଂଚୁଛନ୍ତି | କେହି କେହି ଖଗେଶ୍ୱରଙ୍କ ବେଶ ପୋଷାକ ଦେଖି ତାଙ୍କୁ ପାଗଳ ବୋଲି ମଧ୍ୟ ଭାବନ୍ତି | କିନ୍ତୁ ଖଗେଶ୍ୱର କୁହନ୍ତି ନବୀନଙ୍କ ସହ ଗୋଟିଏ ସେଲଫି ପାଇଁ ସତରେ ସେ ପାଗଳ |

wp:core-embed/youtube {"url":"https://www.youtube.com/watch?v=bIgoK9PP4Bc","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=bIgoK9PP4Bc
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.