Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଖଗେଶ୍ୱର ଗିରଫ ଘଟଣା : ଉଭୟଙ୍କ ଆକାଉଣ୍ଟରେ ୫୦ ଲକ୍ଷର ଦେଣନେଣ ହୋଇଛି, ୧୪ ଦିନିଆ ରିମାଣ୍ଡ ଲାଗି ଆବେଦନ କରିବ ଇଡି

11/11/2022 at 2:33 PM

ଭୁବନେଶ୍ୱର ୧୧।୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଖଗେଶ୍ୱର ଗିରଫ ମାମଲା । ଖଗେଶ୍ୱରର ଗିରଫ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଖାସ୍‌ କରି ଟଙ୍କା ନେଣଦେଣ ନେଇ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି । ଖଗେଶ୍ଵରଙ୍କ ପାଞ୍ଚଟି ଆକାଉଣ୍ଟରୁ ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ୫୦ ଲକ୍ଷ ଟଙ୍କାର ଦେଣନେଣ ହୋଇଛି । ଯାହାର ପ୍ରମାଣ ଏବେ ଇଡି ହାତରେ ଲାଗିଛି ।

ସେପଟେ ଇଡି କାର୍ଯ୍ୟାଳୟରେ ଖଗେଶ୍ୱରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଅର୍ଚ୍ଚନା-ଜଗବନ୍ଧୁ ଟଙ୍କା ନେଣଦେଣ ମାମଲାରେ ଖଗେଶ୍ୱରକୁ ୧୪ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ  ଆବେଦନ କରିପାରେ ଇଡି । ଏହି ସମୟରେ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଥ୍ୟ ଯୋଗାଡ଼ କରିବ ଇଡି ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଗୁରୁବାରଠୁ ଅର୍ଚ୍ଚନାଙ୍କ ଆର୍ଥିକ କାରବାର ନେଇ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲେ ଇଡି । ଏହିକ୍ରମରେ ଗୁରୁବାର ରାତିରୁ ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ଇଡି । ପରେ ଶୁକ୍ରବାର ଦିନ ଖଗେଶ୍ୱରଙ୍କୁ ଗିରଫ କରିଛି ଇଡି । ଅର୍ଚ୍ଚନା-ଜଗବନ୍ଧୁଙ୍କ ଆର୍ଥିକ କାରବାରରେ ସଂପୃକ୍ତି ଥିବା ସନ୍ଦେହରେ ଗିରଫ କରିଛି ଇଡି ।

   Related Posts