‘ଶର ତନ୍‌ସେ ଯୁଦା’ ସ୍ଲୋଗାନ ଦେଇଥିବା ଗୌହର ଚିସ୍ତି ହାଇଦ୍ରାବାଦରୁ ଗିରଫ

Published By : Prameya-News7 Bureau | July 14, 2022 IST

ଆଜମେର ୧୪/୦୭: ଶର ତନସେ ଯୁଦା ସ୍ଲୋଗାନ ଦେଇଥିବା ଓ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କୁ ହତ୍ୟା ଧମକ ଦେଉଥିବା ଗୌହର ଚିସ୍ତିକୁ ଗିରଫ କରାଯାଇଛି। ଗୌହରକୁ ଅନେକ ଦିନ ହେଲା ପୋଲିସ ଖୋଜୁଥିଲା। ତାକୁ ହାଇଦ୍ରାବାଦରୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି।   

ସୂଚନାଥାଉକି, ଆଜମେର ଦରଗାହର ଖାଦିମ ଗୌହର ଚିସ୍ତି ଜୁନ ୧୭ରେ ଏକ ଆପତ୍ତି ଜନକ  ଭିଡିଓ ଜାରିକରିଥିଲା। ସେଥିରେ ସେ କହୁଥିଲା ଯଦି କେହି ଆମ ହଜୁରଙ୍କ ଅପମାନ କରିବ ତାହେଲେ ଆମେ ଏହାକୁ ବିଲକୁଲ ବରଦାସ୍ତ କରିବୁ ନାହିଁ। ସେ ଆହୁରି କହିଥିଲା ଗୁସ୍ତାଖେ ରସୁଲକି ଏକ ହି ସଜା, ଶିର ତନସେ ଯୁଦା ଶିର ତନସେ ଯୁଦା…

ଗୌହର ଚିସ୍ତିକୁ ନେଇ ଖୁଲାସା ହୋଇଥିଲାଯେ ୨୦୨୦ରେ ସେ ସିଆରପିଏଫର ଭିଡିଓ କରିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିଲା। ଉଦୟପୁରର କହ୍ନେୟାଲାଲ ହତ୍ୟାକାଣ୍ଡରେ ତଦନ୍ତ କରୁଥିବା ଏନଆଇଏ ଅଜମେର ଦରଗାହର ଖାଦିମ ଗୌହର ଚିସ୍ତିକୁ ହେପାଜତରେ ନେଇଛି। ଗୌହର ଦେଶ ବିରୋଧି ଗତିବିଧିରେ ମଧ୍ୟ ପୂର୍ବରୁ ଯଡ଼ିତ ରହିଛି। ସିଆରପିଏଫ କ୍ୟମ୍ପର ଭିଡିଓ କରୁଥିବାରୁ ପୋଲିସ ତାକୁ ଧରିଥିଲା।ପରେ ପୋଲିସ ତାକୁ ଚେତାବନୀ ଦେଇ ଛାଡ଼ି ଦେଇଥିଲା।   

ଗୌହର ଚିସ୍ତିକୁ ପୋଲିସ ହାଇଦ୍ରାବାଦରୁ ଗିରଫ କରିଛି ବୋଲି ଅଜମେରର ଅତିରିକ୍ତ ଏସପି ବିକାସ ସାଙ୍ଗୱାନ କହିଛନ୍ତି। ସେ ଦରଗାହ ବାହାରେ ଜୁନ୍‌ ୧୭ରେ ଆପତ୍ତିଜନକ ସ୍ଲୋଗାନ ଦେଇଥିଲା। ଉଦୟପୁରର କହ୍ନେୟାଲାଲର ହତ୍ୟାକାରୀ ମାନେ ଗୌହରକୁ  ସାକ୍ଷାତ କରିଖଥିଲେ ବୋଲି କୁହାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.