ବୁଣାକାରଙ୍କ ଚିନ୍ତାରେ ପ୍ରତିଷ୍ଠା କଲେ KhaDigi, ବାର୍ଷିକ ଆୟ ୬୦ ଲକ୍ଷରୁ ଅଧିକ

Published By : Prameya-News7 Bureau | April 04, 2022 IST

ନୂଆଦିଲ୍ଲୀ ୦୪।୦୪ : ସ୍ବପ୍ନ ଦେଖିବା ଯେତେ ସହଜ। ତାକୁ ସଫଳ କରିବା ସେତିକି କଷ୍ଟ। ତ୍ୟାଗ ଏବଂ ପରିଶ୍ରମ ଦ୍ବାରା ସଫଳ ହୁଏ ସ୍ବପ୍ନ। ସେମିତି ଏକ ସ୍ବପ୍ନ ଦେଖିଥିଲେ ଉମଙ୍ଗ। ଖଦିଜି ବ୍ରାଣ୍ଡର ଫାଉଣ୍ଡର ସେ। ଗାଁ ଗହଳିରେ ରହୁଥିବା ବୁଣାକାରଙ୍କ ରୋଜଗାରକୁ ନେଇ ସେ ଥିଲେ ଚିନ୍ତିତ। ତେଣୁ NIFTରୁ ସ୍ନାତକ ହାସଲ କରିବା ପରେ ସେ ଗାଁକୁ ଫେରି ପ୍ରତିଷ୍ଠା କରିଥିଲେ ଖଦିଜି ବ୍ରାଣ୍ଡ। ମାତ୍ର ୩୦ହଜାର ଟଙ୍କାରେ ଆରମ୍ଭ କରିଥିଲେ କାମ। ଆଜି ଲକ୍ଷ ଲକ୍ଷ ଟଙ୍କା କରୁଛନ୍ତି ରୋଜଗାର। ଗତ ବର୍ଷ ଫୋବସ ମାଗାଜିନ୍ ପକ୍ଷରୁ ଅଣ୍ଡର-୩୦ ଆଚିଭର ଲିଷ୍ଟରେ  ସାମିଲ୍‌ ହୋଇଛନ୍ତି ଉମଙ୍ଗ।

ଉମଙ୍ଗ ଶ୍ରୀଧର, ଭୋପାଳ ଦାମୋ ଜିଲ୍ଲାର ଏକ ଛୋଟ ଗାଁ କିଶାନଗଞ୍ଜରେ ସେ ଜନ୍ମିତ। ମାଆ ଜିଲ୍ଲା ସଭାପତି ଥିଲେ। ପିଲାଦିନୁ ତାଙ୍କୁ ଦେଖି ଉମଙ୍କଙ୍କ ମନରେ କିଛି ବଡ କାମ କରିବାର ଇଚ୍ଛାଥିଲା। ଉମଙ୍ଗ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ସ୍ନାତକ ହାସଲ ପରେ ଟେକ୍ସଟାଇଲ୍ ଡିଜାଇନ୍ ଅଧ୍ୟୟନ ପାଇଁ NIFT ରେ ଯୋଗଦେଲେ। ପଡା ସରିବା ପରେ ସେ ଗାଁକୁ ଫେରି KhaDigiର ପ୍ରତିଷ୍ଟା କଲେ।  ୨୦୧୩ରେ ପ୍ରତିଷ୍ଟା ହେଲା KhaDigiର। ଏକ ହସ୍ତତନ୍ତ ପୋଷାକ କମ୍ପାନୀ। ଖଦିଜିରୁ ତିଆରି ହେଉଥିବା କମ୍ପାନୀ ଡିଜିଟାଲି ଉପଲବ୍ଧ। ତେଣୁ Kha ଏବଂ Digiକୁ ମିଶାଇ KhaDigiର ନାଁ ରଖାଗଲା। ଏଥିରୁ ତିଆରି ହେଉଥିବା ପୋଷାକକୁ ଅନଲାଇନ ସହ ଡିଜାଇନର୍ ଏବଂ ଖୁଚୁରା ବ୍ୟବସାୟୀଙ୍କୁ ବିକ୍ରି କରାଯାଏ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ଆଦିତ୍ୟ ବିର୍ଲା ଗ୍ରୁପ୍ ପରି ବଡ ବ୍ୟବସାୟୀମାନେ ମଧ୍ୟ ଆଜି ତାଙ୍କର ଗ୍ରାହକ ଅଛନ୍ତି । ଉମଙ୍ଗ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ପଶ୍ଚିମବଙ୍ଗର ବୁଣାକାରମାନଙ୍କୁ ରୋଜଗାର ଯୋଗାଉଛନ୍ତି | ତାଙ୍କ ସଂଗଠନର ଖଦିଜି ଭୋପାଳର ବାର୍ଷିକ କାରବାର ପାଖାପାଖି ୬୦ ଲକ୍ଷ |
ଏକ ସାକ୍ଷାତକାରରେ ଉମଙ୍ଗ କହିଛନ୍ତି “ ମୁଁ ପିଲାଦିନୁ ଗାଁରେ ସ୍ଥାନୀୟ ବୁଣାକାର ଖୁବ୍‌ କମ ରୋଜଗାର କରୁଥିବା ଦେଖିଥିଲି। ମୋର ସ୍ନାତକ ସମାପ୍ତ ହେବା ପରେ ମୁଁ ଟେକ୍ସଟାଇଲ୍ ଡିଜାଇନ୍ ଅଧ୍ୟୟନ ପାଇଁ NIFT ରେ ଯୋଗ ଦେଇଥିଲି। ତା’ପରେ ବଡ଼ ବୟନଶିଳ୍ପ କମ୍ପାନୀଗୁଡିକରେ ପୋଷାକ ତିଆରି ଏବଂ ବିକ୍ରୟ ପାଇଁ ଏକ B-2B- ମଡେଲ୍ କଲି।

ଉମଙ୍ଗ କେବଳ ଫୋର୍ବସ୍ ଅଣ୍ଡର -୩୦ ଆଚିଭର୍ସ ତାଲିକାରେ ନିଜର ସ୍ଥାନ ସୃଷ୍ଟି କରିନାହାଁନ୍ତି, ବରଂ ତାଙ୍କ ନାଁ ଦେଶର ଶ୍ରେଷ୍ଠ -୫୦ ସାମାଜିକ ଉଦ୍ୟୋଗୀ ତାଲିକାରେ ମଧ୍ୟ ସ୍ଥାନ ପାଇଛି | କେବଳ ୩୦ ହଜାର ଟଙ୍କା ଦେଇ ଯାତ୍ରା ଆରମ୍ଭ କରିଥିବା ଉମଙ୍ଗ ଆଜି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି |

wp:embed {"url":"https://www.youtube.com/watch?v=oZEehoEgicM","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=oZEehoEgicM
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.