ଖଡିଆଳ ବିଡିଓ ନାରାୟଣ ସାହୁ ଗିରଫ, ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ବନ୍ଧାହେଲେ
19/01/2023 at 10:45 AM

ଭୁବନେଶ୍ୱର ୧୯/୦୧: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଖଡିଆଳ ବିଡିଓ ନାରାୟଣ ସାହୁଙ୍କୁ ଗିରଫ କଲା ଭିଜିଲାନ୍ସ । ନାରାୟଣ ସାହୁଙ୍କ ପାଖରୁ ଆୟଠାରୁ ଅଧିକ ୧୦୬ ପ୍ରତିଶତ ସମ୍ପତ୍ତି ଠାବ କରଛି ଭିଜିଲାନ୍ସ ।
ବଲାଙ୍ଗିରରେ ନାରାୟଣ ସାହୁଙ୍କ ଘରୁ ନଗଦ ଟଙ୍କା ସହ ପୁଳା ପୁଳା ସୁନା ଗହଣା ଜବତ କରାଯାଇଛି । ତାଙ୍କ ନାଁରେ ଏକାଧିକ ପ୍ଲଟ୍ ମଧ୍ୟ ଥିବା ସୂଚନା ମିଳିଛି । ବଲାଙ୍ଗିରର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ଙ୍କ ସର୍ଚ୍ଚ ୱାରାଣ୍ଟ ରେ ନୂଆପଡା, ବଲାଙ୍ଗିର, ବରଗଡ଼ ଏବଂ ସୋନପୁରର ୫ଟି ସ୍ଥାନରେ ଭିଜିଲାନସ୍ ଅଧିକାରୀ ଚଢାଉ କରିଥିଲେ ।
Related Posts
ଜଗତସିଂହପୁର ପୋଲିସର ମାରାଥନ ଚଢାଉ, ଗିରଫ ହେଲେ ୭ ଡକାୟତ
6 February 2023