Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

’ଜଣେ ବ୍ୟକ୍ତି ଗୋଟିଏ ପଦ’ ରୁ କଂଗ୍ରେସ ୟୁ ଟର୍ଣ୍ଣ ? ଖଡଗେ ସମ୍ଭାଳିପାରନ୍ତି ଦୁଇଟି ପଦ…

2/12/2022 at 2:03 PM

ନୂଆଦିଲ୍ଲୀ, ୨/୧୨: କଂଗ୍ରେସର ବରିଷ୍ଠ ନେତା ମଲ୍ଳିକାର୍ଜୁନ ଖଡ଼ଗେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ରାଜ୍ୟସଭାରେ ବିରୋଧୀ ନେତାଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ଏପର୍ଯ୍ୟନ୍ତ ବିରୋଧୀ ଭାବରେ କାହାକୁ ବଛାଯାଇନାହିଁ। ଏହାରି ମଧ୍ୟରେ ଖବର ଆସିଛି ଯେ, ଖଡ଼ଗେ ହିଁ ବିରୋଧୀ ନେତା ହୋଇରହିବେ। ଖାସ୍ କଥା ହେଉଛି ଯଦି ଏଭଳି ହେଉଛି, ତେବେ କଂଗ୍ରେସ ଏହାର ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ନିୟମ ଭାଙ୍ଗିବ।

ସୂଚନାଅନୁଯାୟୀ, ପାର୍ଟିକୁ ଖଡ଼ଗେଙ୍କ ବିକଳ୍ପ ଖୋଜିବା ଚାଲେଞ୍ଜ ହୋଇଛି। ଏଥିପାଇଁ ଏହି ବରିଷ୍ଠ ନେତା ବିରୋଧୀ ନେତା ଭୂମିକା ତୁଲାଇବେ। ଏକ ରିପୋର୍ଟ ଅନୁଯାୟୀ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ରଣନୀତି ଗ୍ରୁପର ଏକ ବୈଠକ ଡକାଇଥିଲେ। ଏହି ବୈଠକରେ କେବଳ ଖଡ଼ଗେ, ବରିଷ୍ଠ ନେତା ଜୟରାମ ରମେଶ ,ବଂ କେସି ବେଣୁଗୋପାଳ ସାମିଲ ରହିଥିଲେ।

କୁହାଯାଉଥିଲା ଯେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍‌ଙ୍କ ନାମରେ ବିଚାର କରାଯାଉଛି। ବଡ଼ କଥା ହେଉଛି ଅଧ୍ୟକ୍ଷ ପଦ ନିର୍ବାଚନ ସମୟରେ ଓ୍ବାଏନାଡ ସାଂସଦ ରାହୁଲ ଗାନ୍ଧୀ ’ଗୋଟିଏ ବ୍ୟକ୍ତି ଗୋଟିଏ ପଦ’ ନିୟମ ଉପରେ ଜୋର୍ ଦେଇଥିଲେ।

   Related Posts