ଦୀନେଶ କାର୍ତ୍ତିକଙ୍କ ସହ ନଜର ଆସିଲେ ‘କେଜିଏଫ୍’ ଫେମ୍ ୟଶ, ଫଟୋ ଭାଇରାଲ୍
25/02/2023 at 12:55 PM

ମୁମ୍ଵାଇ ୨୫।୦୨: କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରହିଟ୍ ଅଭିନେତା ୟଶ । ଫିଲ୍ମ ‘କେଜିଏଫ୍’ ପରେ ପାନ ଇଣ୍ଡିଆର ଷ୍ଟାର ହୋଇଛନ୍ତି। ଅଭିନେତାଙ୍କ ପ୍ରଶଂସକଙ୍କ ତାଲିକାରେ ବହୁତ ବୃଦ୍ଧି ହେଉଛି। ପ୍ରଶାନ୍ତ ନୀଲଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ‘କେଜିଏଫ୍’ ସାରା ବିଶ୍ୱରେ ଦର୍ଶକଙ୍କ ହୃଦୟ ଜିତିଥିଲା। ପ୍ରଶଂସକମାନେ ୟଶଙ୍କ ଝଲକ ପାଇବାକୁ ଉତ୍ସାହିତ ଥିଲେ। ହେଲେ ସୋସିଆଲ ମିଡିଆରେ ଅଭିନେତାଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ କ୍ରିକେଟର ଦୀନେଶ କାର୍ତ୍ତିକଙ୍କ ସହ ପୋଜ୍ କରୁଥିବା ନଜର ଆସିଛନ୍ତି।
Salaam Rocky Bhai 😁 pic.twitter.com/Bcaq3U1Raq
— DK (@DineshKarthik) February 24, 2023
ଲୋକପ୍ରିୟ କ୍ରିକେଟର ଦୀନେଶ କାର୍ତ୍ତିକ ନିକଟରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ୟଶଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। କ୍ୟାପସନରେ କ୍ରିକେଟର ଲେଖିଛନ୍ତି, ‘ସଲାମ ରକି ଭାଇ।’ ରିପୋର୍ଟ ଅନୁଯାୟୀ, ଦୀନେଶ କାର୍ତ୍ତିକ ଏକ ବିବାହ ଉତ୍ସବରେ କନ୍ନଡ ସିନେମାର ସୁପରଷ୍ଟାରଙ୍କୁ ଭେଟିଥିଲେ । ଫଟୋରେ, ୟଶ ଏକ କଳା ଏବଂ ନାଲି ସୁଟରେ ଚମତ୍କାର ଦେଖାଯାଉଥିବା ବେଳେ ଦୀନେଶ କାର୍ତ୍ତିକ ଏକ ନୀଳ ରଙ୍ଗର ଏମ୍ବ୍ରୋଡୋରି ଜ୍ୟାକେଟ୍ ପିନ୍ଧିଥିଲେ । ଯାହା ଲୁକ୍ଟି ଷ୍ଟାଇଲିସ୍ ଲାଗୁଥିଲା।
କୁହାଯାଉଛି କି ପ୍ରଶାନ୍ତ ନୀଲଙ୍କ ସହ ୟଶ ପୁଣି ଥରେ ‘କେଜିଏଫ୍’ର ପରବର୍ତ୍ତୀ ପାର୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ଚଳଚ୍ଚିତ୍ରରେ ରକି ଭାଇ ପୁଣିଥରେ ତାଙ୍କ ଆକ୍ସନ୍ ଅବତାର ସହିତ ନଜର ଆସିବେ। ଯେଉଁଥିପାଇଁ ପ୍ରଶଂସକମାନେ ମଧ୍ୟ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହା ବ୍ୟତୀତ, ଏହିପରି ଖବର ମଧ୍ୟ କ୍ରମାଗତ ଭାବରେ ଆସୁଛି ଯେ ୟଶ କିଛି ବଡ ପ୍ରୋଜେକ୍ଟ ସହିତ ବଲିଉଡରେ ଡେବ୍ୟୁ କରି ପାରନ୍ତି।