କେଜିଏଫ୍ ଫେମ୍‌ ବି.ଏସ୍ ଅବିନାଶଙ୍କ କାରକୁ ଧକ୍କା ଦେଲା ବସ୍, ଅଳ୍ପକେ ବର୍ତ୍ତିଲେ ଅଭିନେତା

Published By : Prameya-News7 Bureau | June 30, 2022 IST

ମୁମ୍ବାଇ ୩୦।୯: କେଜିଏଫ୍ ଫେମ୍‌ ଅଭିନେତା ବି.ଏସ୍ ଅବିନାଶ ବୁଧବାର ବାଙ୍ଗାଲୋରରେ ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଅବିନାଶଙ୍କ ମର୍ସିଡିଜ-ବେଞ୍ଜ ଟ୍ରକ ସହିତ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଖବର ଶୁଣିବା ପରେ ତାଙ୍କର ସମସ୍ତେ ପ୍ରଶଂସକମାନେ ଅଭିନେତାଙ୍କୁ ନେଇ ଚିନ୍ତିତ ହୋଇପଥିଲେ। ହେଲେ,ବର୍ତ୍ତମାନ ଅଭିନେତା ଭଲ ଅଛନ୍ତି । ଅଧିକ ଆଘାତ ହୋଇନାହିଁ ।

ପ୍ରକୃତରେ, ବୁଧବାର ସକାଳେ କୁହାଯାଉଛି ଯେ ଅବିନାଶ ଏକ ୱାର୍କ ଆଉଟ୍‌ ପାଇଁ ଜିମକୁ ଯାଉଥିଲେ। ଏହି ସମୟରେ ଅବିନାଶ ଅନିଲ କୁମ୍ବଲେ ସର୍କଲ ନିକଟରେ ଥିବାବେଳେ ଏକ ଟ୍ରକ ତାଙ୍କ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ସେଠାରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରକୁ ଗିରଫ କରାଯାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.