KGF 3: କେଜିଏଫ ୩ରେ ଋତିକ ରୋଶନଙ୍କ ଏଣ୍ଟ୍ରି ! ୟଶଙ୍କ ସହ ମିଶି ପ୍ରସ୍ତୁତି ଆରମ୍ଭ କଲେ ନିର୍ମାତା

Published By : Prameya-News7 Bureau | May 27, 2022 IST

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ୟଶଙ୍କ କେଜିଏଫ ୨ ବକ୍ସ ଅଫିସରେ ରେକର୍ଡ ପରେ ରେକର୍ଡ କରିଛି। ଫିଲ୍ମକୁ ଦର୍ଶକଙ୍କ ଖୁବ୍ ଭଲ ପାଇବା ମିଳିଛି। ସିନେ ସମୀକ୍ଷକ ଫିଲ୍ମର ଖୁବ୍ ପ୍ରଶଂସା କରିଛନ୍ତି। ରିଲିଜ୍ ହେବା ପରଠୁ ଫିଲ୍ମ ସିନେ ଜଗତରେ ଚହଳ ପକାଇଛି। କେଜିଏଫ ଚାପ୍ଟର ୨ରେ ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ମଧ୍ୟ ଅଭିନୟ କରିଛନ୍ତି। ଏବେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି ଯେକ କେଜିଏଫ ଚାପ୍ଟର ୩ରେ ଆଉ ଜଣେ ବଲିଉଡ ଅଭିନେତାଙ୍କ ଏଣ୍ଟ୍ରି ହୋଇପାରେ।

ଖବର ଏହା ଯେ, କେଜିଏଫ ଚାପ୍ଟର ୩ରେ ବଲିଉଡ ସୁପରଷ୍ଟାର ଋତିକ ରୋଶନ ନଜର ଆସିବେ। ହେଲେ ଏ ପର୍ଯ୍ୟନ୍ତ ଏହି ଖବରକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ। ମାତ୍ର କୁହାଯାଉଛି ଯେ, ଫିଲ୍ମ ଉପରେ କାମ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ଋତିକ ରୋଶନଙ୍କ ସହ ନିର୍ମାତା ଆଲୋଚନା କରିଛନ୍ତି। ଯଦି ସବୁ କିଛି ଠିକ୍ ରହେ ତେବେ ଋତିକ ରୋଶନଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ସଂପ୍ରତି ଫିଲ୍ମ ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍ ନିଜର ଦ୍ଵିତୀୟ ପ୍ରୋଜେକ୍ଟ 'ସାଲାର'ରେ ବ୍ୟସ୍ତ ଅଛନ୍ତି।

ମିଡିଆ ରିପୋର୍ଟ୍ସ ଅନୁଯାୟୀ, ଫିଲ୍ମର କାଷ୍ଟିଂ ଉପରେ କାମ ଆରମ୍ଭ ହୋଇ ଯାଇଛି। ଏଥର ନିର୍ମାତା ୟଶଙ୍କ ସହିତ ଋତିକ ରୋଶନଙ୍କୁ ନେବା ଉପରେ ଯୋଜନା କରୁଛନ୍ତି। ଏହା ଉପରେ ଋତିକ ରୋଶନ କଣ ଜବାବ ଦେଉଛନ୍ତି ତାହା ଦେଖିବା ବାକି ରହିଲା। କାରଣ ଏହା ପୂର୍ବରୁ ଋତିକ ରୋଶନଙ୍କୁ କିଛି ସାଉଥ ଫିଲ୍ମ ଅଫର ମିଳି ସାରିଛି। ହେଲେ ଅଭିନେତା ଅଫର ଗ୍ରହଣ କରିନଥିଲେ। ଏଥିରେ ଏସଏସ ରାଜାମୌଲୀଙ୍କ ବ୍ଲକ ବଷ୍ଟର ଫିଲ୍ମ ବାହୁବଳୀ ମଧ୍ୟ ସାମିଲ୍।

ପ୍ରଭାସଙ୍କୁ ପୂର୍ବରୁ ବାହୁବଳୀ ପାଇଁ ଏସଏସ ରାଜାମୌଲୀ ଋତିକ ରୋଶନଙ୍କୁ ଅଫର ଦେଇଥିଲେ। ଏହି ଫିଲ୍ମରେ କାମ କରିବାକୁ ଋତିକ ମନା କରି ଦେଇଥିଲେ। ଏହା ପରେ ଫିଲ୍ମ ପ୍ରଭାସଙ୍କ ନିକଟକୁ ଆସିଥିଲା। ଏହି ଫିଲ୍ମ ପ୍ରଭାସଙ୍କ ଭାଗ୍ୟ ବଦଳାଇ ଦେଇଥିଲା। ଫିଲ୍ମଟି କେବଳ ସାଉଥ ନୁହେଁ ସମଗ୍ର ଦେଶରେ ଚହଳ ପକାଇଥିଲା। ଏବେ ଦେଖିବା ବାକି ରହିଲା କେଜିଏଫ ଚାପ୍ଟର ୩କୁ ନେଇ କଣ ଜବାବ ଦେଉଛନ୍ତି ଋତିକ ରୋଶନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.