oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

କେଜିଏଫ୍‌-୨ର କ୍ରେଜ୍‌; ବାହାଘର କାର୍ଡରେ ବି ଛପିଲା ଡାଏଲଗ୍‌, ମ୍ୟାରେଜ୍‌… ମ୍ୟାରେଜ୍‌… ମ୍ୟାରେଜ୍‌…

21/04/2022 at 6:14 PM

ନୂଆଦିଲ୍ଲୀ ୨୧/୦୪ : ଏବେ ସବୁଠି ଗୋଟିଏ ଫିଲ୍ମର ଚର୍ଚ୍ଚା। କେଜିଏଫ୍‌-୨।  ପରସ୍ପରକୁ ପ୍ରଶ୍ନ KGF2 ଦେଖିଲଣି?  ଫିଲ୍ମଟି କେବଳ ବକ୍ସଅଫିସ୍‌ ନୁହେଁ, ପ୍ରତିଟି ଦର୍ଶଙ୍କ ହୃଦୟରେ କରୁଛି ରାଜ୍‌। ରକି ଭାଇ ତଥା ୟଶଙ୍କ ଜଲୱା ଏବେ ସବୁଠି। ତାଙ୍କର ଖୁବ୍‌ ଫ୍ୟାନ୍‌ ଫଲୋଇଙ୍ଗ୍‌। ୭ ଦିନ ପରେ ବି କମୁନି ଫିଲ୍ମର କ୍ରେଜ୍‌।  ଆଜି ପର୍ଯ୍ୟନ୍ତ ବି ହଲ୍‌ ରେ ଜମୁଛି ଭିଡ଼। ଥରେ କି ୨ଥର ନୁହେଁ, ବାରମ୍ବାର ଏହି ଫିଲ୍ମକୁ ଦେଖୁଛନ୍ତି ଲୋକେ।

ଆଉ ଫିଲ୍ମକେ ରକି ଭାଇଙ୍କ ଆଇକନିକ୍ ଡାଇଲଗ୍‌  -“ଭାଓଲେନ୍ସ, ଭାଓଲେନ୍ସ, ଭାଓଲେନ୍ସ… ଆଇ ଡୋଣ୍ଟ୍ ଲାଇକ୍ ଇଟ୍। ଆଇ ଆଭୋଏଡ୍! ବଟ୍… ଭାଓଲେନ୍ସ ଲାଇକ୍ସ ମି, ଆଇ କାଣ୍ଟ ଆଭୋଏଡ୍!” ନିଶ୍ଚୟ ମନେ ଥିବ। ଏହି ଡାଏଲଗ ଏବେ ପ୍ରାୟ ସମସ୍ତଙ୍କ ମୁହଁରେ।  କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଡାଏଲଗ୍ ଟି ଏବେ ବିବାହ କାର୍ଡରେ ବି? କେଜିଏଫ୍-୨ର ଜଣେ ଦିୱାନା ତାଙ୍କ ବିବାହ କାର୍ଡରେ ୟଶଙ୍କର ଏହି ଆଇକନିକ୍ ଡାଏଲଗକୁ ଛପାଇଛନ୍ତି।

ଏପ୍ରିଲ୍ ୧୪ ରେ ରିଲିଜ୍ ହୋଇଥିବା କେଜିଏଫ୍-୨ ବକ୍ସ ଅଫିସରେ କରୁଛି ଧମାଲ । ପ୍ରଶଂସକଙ୍କ ମଧ୍ୟରେ ୟଶଙ୍କ ଏତେ କ୍ରେଜ୍ ଯେ କେଜିଏଫ୍୨ ଆଉ ଏକ ଫିଲ୍ମ ନୁହେଁ ବରଂ ଏକ ବ୍ରାଣ୍ଡ ହୋଇଯାଇଛି। ଏହି କାରଣରୁ ୟଶଙ୍କ ଜଣେ ପ୍ରଶଂସକ ତାଙ୍କ ବିବାହ କାର୍ଡରେ ‘ଭାୟୋଲେନ୍ସ’ ଡାଏଲଗକୁ  ରିକ୍ରିଏଟ୍ କରିଛନ୍ତି। ବିବାହ କାର୍ଡର ଏହି ଫଟୋ ସୋସିଆଲ ମିଡିଆରେ ହେବାରେ ଲାଗିଛି ଭାଇରାଲ। ଲୋକମାନେ ଏହାକୁ ରକି ଭାଇଙ୍କ କ୍ରେଜ ବୋଲି କହିଛନ୍ତି।

କର୍ଣ୍ଣାଟକର ବେଲଗଭିରେ ଚନ୍ଦ୍ରଶେଖର ନାମକ ଜଣେ ବ୍ୟକ୍ତି ବିବାହ କରିବେ ଶ୍ୱେତାଙ୍କୁ । ବିବାହ ତାରିଖ ରହିଛି ମେ ୧୩। ଚନ୍ଦ୍ରଶେଖର ତାଙ୍କ ବିବାହ କାର୍ଡରେ ‘କେଜିଏଫ୍ ୨’ର ଏକ ଡାଏଲଗକୁ ରିକ୍ରିଏଟ୍ କରି ଲେଖିଛନ୍ତି। ସେ ଲେଖିଛନ୍ତି, “ମ୍ୟାରେଜ୍, ମ୍ୟାରେଜ୍, ମ୍ୟାରେଜ୍, ଆଇ ଡୋଣ୍ଟ୍ ଲାଇକ୍ ଇଟ୍, ଆଇ ଆଭୋଏଡ୍, ବଟ୍… ମାଇଁ ରିଲେଟିଭ୍ସ ଲାଇକ୍ ମ୍ୟାରେଜ୍, ଆଇ କାଣ୍ଟ ଆଭୋଏଡ୍। “

ତେବେ ଫିଲ୍ମଟିର କ୍ରେଜ୍ କେତେ ଆପଣ ଏଥିରୁ ଜାଣି ପାରୁଥିବେ। ଏହି ବିବାହ କାର୍ଡର ଫଟୋକୁ ଟ୍ୱିଟର ୟୁଜର @ MISS_BINGG ସୋସିଆଲ୍‌ ମିଡିଆରେ ସେଆର କରିଛନ୍ତି।

   Related Posts