କୋଲକାତା ଆତଙ୍କରାଜ ଉପରେ IMAର ଜରୁରି ବୈଠକ, ପୁଣି ଥରେ ଦେଶବ୍ୟାପୀ ଆନ୍ଦୋଳନ ଘୋଷଣା କଲା FORDA

Published By : Prameya-News7 Bureau | August 15, 2024 IST

ନୂଆଦିଲ୍ଲୀ: କୋଲକାତାର ଆରଜି କର ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ବୁଧବାର ରାତିରେ ଘଟିଥିବା ଆତଙ୍କରାଜ ପରେ ପୁଣି ଥରେ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଡାକ୍ତରମାନେ ଘୋଷଣା କରିଛନ୍ତି । ଡାକ୍ତରମାନଙ୍କ ସଂଗଠନ ଫେଡରେସନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (FORDA) ଏହି ଘୋଷଣା କରିଛି । ଉଲ୍ଲେଖଯୋଗ୍ୟ ମଙ୍ଗଳବାର ରାତିରେ FORDA ପ୍ରତିନିଧି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଡିବା ପରେ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଘୋଷଣା କରିଥିଲେ । ସେପଟେ ଇଣ୍ଡିଆନ ମେଡିକାଲ୍ ଆସୋସିଏସନ ମେଡିକାଲରେ ଭଙ୍ଗାରୁଜା ଘଟଣାର ନିନ୍ଦା କରିଛି । ଏହାସହ ପରବର୍ତ୍ତୀ ପଦକ୍ଷେପ ଉପରେ ନିଷ୍ପତ୍ତି ନେବା ପାଇଁ ନିଜ ରାଜ୍ୟ ଶାଖାଗୁଡ଼ିକର ଏକ ଜରୁରିକାଳୀନ ବୈଠକ ଡକାଇଛି ।


Also Read: କିଏ ଏହି ରିମଝିମ ? ଗୋଟିଏ ଡାକରାରେ କୋଲକାତାର ରାସ୍ତାକୁ ଓହ୍ଲାଇ ଆସିଲେ ଶହ ଶହ ଲୋକ


ଟ୍ରେନି ଡାକ୍ତରଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ପରେ ସାଥୀ ଡାକ୍ତରମାନେ ଏହି ବିଭତ୍ସ ଘଟଣାର ବିରୋଧରେ ପ୍ରଦର୍ଶନ କରୁଥିଲେ, ଯେଉଁଠାରେ ବୁଧବାର ରାତିରେ ଭିଡ଼ ଦ୍ୱାରା ବ୍ୟାପକ ଭଙ୍ଗାରୁଜା କରାଯାଇଛି । ଉପଦ୍ରବୀମାନେ ହସ୍ପିଟାଲ ପରିସରର ବିଳମ୍ୱିତ ରାତିରେ ପଶି ସବୁ କିଛି ଭଙ୍ଗାରୁଜା କରିବା ସହ କିଛି କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଆଇଏମଏ କହିଛି ଯେ ପ୍ରଶାସନ ଏପରି ସ୍ଥିତିରେ ଆଇନ-ବ୍ୟବସ୍ଥା ବଜାୟ ରଖିବାରେ ପୁଣି ଥରେ ବିଫଳ ହୋଇଛି । ଆଇଏମଏ ଏକ ବୟାନରେ କହିଛି ଯେ ଆରଜି କର ମେଡିକାଲ ଯିଏ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଏବଂ ହତ୍ୟା ଘଟଣା ଯୋଗୁଁ ସାରା ଦେଶରେ ଚର୍ଚ୍ଚାରେ ରହିଛି, ସେଠାରେ ଗୁଣ୍ଡାମାନେ ଭଙ୍ଗାରୁଜା କରିଛନ୍ତି । ଯେଉଁ ଅଧିକାରୀଙ୍କ ଅବହେଳା ପାଇଁ ଏପରି ଜଘନ୍ୟ ଅପରାଧ ଘଟିଲା, ସେମାନେ ପୁଣି ଥରେ ଆଇନ-ବ୍ୟବସ୍ଥାକୁ ବଜାୟ ରଖିଥିବାରେ ବିଫଳ ହୋଇଛନ୍ତି । ଏହିପରି ବର୍ବରତା ଅପରାଜକତା ଏବଂ ଆଇନ-ବ୍ୟବସ୍ଥା ଭୁଶୁଡ଼ିବା ଦିଗକୁ ଇଙ୍ଗିତ କରୁଛି । ଆଇଏମଏ ଏହି ହିଂସାକୁ ନିନ୍ଦା କରୁଛି ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ନଷ୍ଟ ହେବାର ଆଶଂକା ରହିଛି ।


Also Read: ଇନ୍ଦୋରରେ ଡାକ୍ତରଙ୍କ ଆନ୍ଦୋଳନ ଜାରି, OPD ବନ୍ଦ ହେବାରୁ ରୋଗୀ ହନ୍ତସନ୍ତ


ପୋଲିସ ଅନୁସାରେ,  ପ୍ରାୟ ୪୦ରୁ ଅଧିକ ଲୋକଙ୍କ ଗୋଷ୍ଠୀ କଥିତ ରୂପେ ପ୍ରଦର୍ଶନକାରୀ ଭାବେ ହସ୍ପିଟାଲ ପରିସରରେ ପଶିଥିଲେ । ସେଠାରେ ସମ୍ପତ୍ତି ନଷ୍ଟ କରିବା ସହ ପୋଲିସକର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହ ବୁହା ଗ୍ୟାସ୍ ଫାୟାର କରିଥିଲା । ଜଣେ ଅଧିକାରୀ କହିଛନ୍ତି ଯେ ହିଂସାରେ କିଛି ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।

  • Kolkata doctor rape murder case
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.