ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ; ଘୋଷଣା ହେବ ବିରୋଧୀ ଦଳ ନେତାଙ୍କ ନାଁ

Published By : Prameya-News7 Bureau | June 08, 2024 IST

ନୂଆଦିଲ୍ଲୀ: ଶନିବାର ବସୁଛି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟାରେ ଏହି ବୈଠକ ବସିବ । ଏଥିରେ କିଏ ହେବ ବିରୋଧୀ ଦଳ ନେତା ସେନେଇ ନିଷ୍ପତ୍ତି ନିଆଯିବ । ଏହା ପରେ ବିରୋଧୀ ଦଳ ନେତାଙ୍କ ନାଁ ଘୋଷଣା କରିବ କଂଗ୍ରେସ । ଦୁଇ ଥର ଦଳର ଦୁର୍ବଳ ପ୍ରଦର୍ଶନ ପରେ ଦଳକୁ ପୁନରୁଦ୍ଧାର କରିବାର ଶ୍ରେୟ ପାଇଥିବା ରାହୁଲ ଗାନ୍ଧୀଙ୍କୁ ବିରୋଧୀ ନେତା ଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ୯୯ଟି ଆସନ ମିଳିଛି ଏବଂ ରାହୁଲ ଗାନ୍ଧୀ ଉଭୟ ୱାୟନାଡ଼ ଓ ରାଏବରେଲୀରୁ ବଡ଼ ବ୍ୟବଧାନରେ ବିଜୟୀ ହୋଇଛନ୍ତି । କଂଗ୍ରେସର ବରିଷ୍ଠ ନେତା ମଧ୍ୟ ବିରୋଧୀ ଦଳ ନେତା ଭାବେ ରାହୁଲଙ୍କ ନାଁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ଉପସ୍ଥିତ ହେବାକୁ କୁହାଯାଇଛି । ସେହିପରି ସଂଧ୍ୟା ୭ଟାରେ ଅଶୋକ ହୋଟେଲରେ କଂଗ୍ରେସ ପକ୍ଷରୁ ଡିନର ପାର୍ଟି ରହିଛି ।

 

  • congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.